୩୧ ଅଗଷ୍ଟରେ ଦୁଇଟି ଶିଫ୍ଟରେ ଅନୁଷ୍ଠିତ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା
ମାଧ୍ୟମିକ ଶିକ୍ଷା ବୋର୍ଡ କଲା ଘୋଷଣା ଭୁବନେଶ୍ୱର, ୧ ଅଗଷ୍ଟ (ହି.ସ.) — ଆଗାମୀ 31 ଅଗଷ୍ଟ ଦିନ ସ୍ପେଶାଲ୍ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେଶାଲ୍ ଓଟିଇଟି)-2025 ଅନୁଷ୍ଠିତ ହେବ । ଏହି ପରୀକ୍ଷା ଦିନେ ଦୁଇଟି ଶିଫ୍ଟରେ ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡିଶା ପକ୍ଷରୁ ଶୁକ୍ରବାର ଦିନ ସ
୩୧ ଅଗଷ୍ଟରେ ଦୁଇଟି ଶିଫ୍ଟରେ ଅନୁଷ୍ଠିତ ହେବ ସ୍ପେଶାଲ୍ ଓଟିଇଟି ପରୀକ୍ଷା


ମାଧ୍ୟମିକ ଶିକ୍ଷା ବୋର୍ଡ କଲା ଘୋଷଣା

ଭୁବନେଶ୍ୱର, ୧ ଅଗଷ୍ଟ (ହି.ସ.) — ଆଗାମୀ 31 ଅଗଷ୍ଟ ଦିନ ସ୍ପେଶାଲ୍ ଓଡିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ସ୍ପେଶାଲ୍ ଓଟିଇଟି)-2025 ଅନୁଷ୍ଠିତ ହେବ । ଏହି ପରୀକ୍ଷା ଦିନେ ଦୁଇଟି ଶିଫ୍ଟରେ ହେବ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡିଶା ପକ୍ଷରୁ ଶୁକ୍ରବାର ଦିନ ସୂଚନା ଦିଆଯାଇଛି ।

ବୋର୍ଡ ଜାରି କରିଥିବା ଅଧିସୂଚନା ଅନୁସାରେ, ପେପର୍–୧ ସକାଳ ୯ଟାରୁ ୧୧ଟା ୩୦ମିନିଟ୍ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସେହିପରି, ପେପର୍–୨ ମଧ୍ୟାହ୍ନ ୨ଟାରୁ ୪ଟା ୩୦ମିନିଟ୍ ପର୍ଯ୍ୟନ୍ତ ହେବ।

ଏହି ପରୀକ୍ଷାକୁ ପୂର୍ବରୁ ପ୍ରଶ୍ନପତ୍ର ଲିକ୍ ହେବାରୁ ବାତିଲ୍ କରାଯାଇଥିଲା। ଏହାପରେ ସ୍ପେଶାଲ୍ ଓଟିଇଟି ପରୀକ୍ଷା ପୁଣି ନିର୍ଦ୍ଧାରିତ କରାଯାଇଛି। ଚଳିତ ଥର ପରୀକ୍ଷାର ନିରପେକ୍ଷତା ଓ ଗୋପନୀୟତା ରଖିବା ପାଇଁ ବିଶେଷ ସାବଧାନତା ଅବଲମ୍ବନ କରାଯାଇଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

---------------

ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ


 rajesh pande