ରଥ କାଠ ପାଇଁ ସୃଷ୍ଟି ହେବ ରଥ ବାଟିକା
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୁକ୍ରବାର ନିମାପଡା ଓ ଗୋପ ଅଂଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ନିମାପଡା ହଂସପାଳ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ପେଡ ମା କେ ନାମ ଅଭିଯାନରେ ମା
ରଥ କାଠ ପାଇଁ ସୃଷ୍ଟି ହେବ ରଥ ବାଟିକା


ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଶୁକ୍ରବାର ନିମାପଡା ଓ ଗୋପ ଅଂଚଳ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। ପ୍ରଥମେ ନିମାପଡା ହଂସପାଳ ଆଦର୍ଶ ବିଦ୍ୟାଳୟରେ ଆୟୋଜିତ ବନ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏକ ପେଡ ମା କେ ନାମ ଅଭିଯାନରେ ମା' ଙ୍କ ନାମ ରେ ଏକ ଗଛ ଲଗେଇବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ରଥ କାଠର ଆବଶ୍ୟକତାକୁ ପୂରଣ କରିବା ପାଇଁ ପୁରୀ ଜିଲ୍ଲାର ପ୍ରତ୍ୟେକ ପଂଚାୟତରେ ଏକ ରଥ ବାଟିକା ସୃଷ୍ଟି କରିବା ପାଇଁ ଜଙ୍ଗଲ ଅଧିକାରୀମାନଙ୍କୁ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିର୍ଦ୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଜଙ୍ଗଲ ଅଧିକାରୀ, ସହକାରୀ ବନ ସଂରକ୍ଷକ ଓ ନିମାପଡା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ନିଜେ ବୃକ୍ଷରୋପଣ କରି ପିଲାମାନଙ୍କୁ ବୃକ୍ଷରୋପଣ କରିବାକୁ ଉତ୍ସାହିତ କରିଥିଲେ।

ପରେ ଗୋପ ଅଞ୍ଚଳରେ ଆୟୋଜିତ ପଟ୍ଟା ବଂଟନ କାର୍ଯ୍ୟକ୍ରମରେ ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ଯୋଗ ଦେଇ ୧୧୨ ଜଣଙ୍କୁ ପ୍ରଜାଖାନା ସଂଶୋଧିତ ପଟ୍ଟା ଓ ୧୭ଟି ଶିକ୍ଷା ଅନୁଷ୍ଠାନକୁ ଆନୁଷ୍ଠାନିକ ପଟ୍ଟା ବଂଟନ କରିଥିଲେ।ଏହି କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାର ଉପ- ଜିଲ୍ଲାପାଳଙ୍କ ସମେତ ଗୋପ ବିଡ଼ିଓ ଓ ତହସିଲଦାର ଆଦି ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande