ଭୁବନେଶ୍ୱର, 1 ଅଗଷ୍ଟ (ହି.ସ.)- ମୁଖ୍ୟମନ୍ତ୍ରୀଙ୍କୁ ଉନ୍ନୟନ କମିଶନର ଶରଧା ବାଲି ଦଳାଚକଟା ରିପୋର୍ଟ ଦେବା
ପ୍ରସଙ୍ଗରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ଶରଧା ବାଲି ଦଳା
ଚକଡ଼ାଟା ଘଟଣାରେ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ଉନ୍ନୟନ କମିଶନର ରିପୋର୍ଟ ଦେଇଛନ୍ତି । ରିପୋର୍ଟକୁ
ମୁଖ୍ୟମନ୍ତ୍ରୀ ତର୍ଜମା କରୁଛନ୍ତି । ପରବର୍ତ୍ତୀ ପଦକ୍ଷେପ କଣ ହେବ ମୁଖ୍ୟମନ୍ତ୍ରୀ ତାର
ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା