ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଭାରତୀୟ ରେଳବାଇର ଏକ ସ୍ୱଚ୍ଛ ଏବଂ ସବୁଜ ଭାରତ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ସ୍ୱାଧୀନତା ଦିବସ ପାଳନ ଏବଂ ବ୍ୟାପକ ଜାତୀୟ ସ୍ୱଚ୍ଛ ଭାରତ ମିଶନ ସହିତ ସମନ୍ୱୟ ରଖି ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛି। ରେଳ ଷ୍ଟେସନ ଏବଂ ରେଳ ପ୍ର
ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳ ପକ୍ଷରୁ ସ୍ୱଚ୍ଛତା ଅଭିଯାନ ଆରମ୍ଭ


ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଭାରତୀୟ ରେଳବାଇର ଏକ ସ୍ୱଚ୍ଛ ଏବଂ ସବୁଜ ଭାରତ ପ୍ରତି ପ୍ରତିବଦ୍ଧତାର ଅଂଶ ଭାବରେ ଖୋର୍ଦ୍ଧା ରୋଡ୍ ରେଳ ମଣ୍ଡଳ ସ୍ୱାଧୀନତା ଦିବସ ପାଳନ ଏବଂ ବ୍ୟାପକ ଜାତୀୟ ସ୍ୱଚ୍ଛ ଭାରତ ମିଶନ ସହିତ ସମନ୍ୱୟ ରଖି ଏକ ବ୍ୟାପକ ସ୍ୱଚ୍ଛତା ଅଭିଯାନ ଆରମ୍ଭ କରିଛି। ରେଳ ଷ୍ଟେସନ ଏବଂ ରେଳ ପ୍ରତିଷ୍ଠାନଗୁଡ଼ିକରେ ରେଳ କର୍ମଚାରୀ ଏବଂ ସଫେଇ କର୍ମଚାରୀଙ୍କ ଦ୍ୱାରା ନିଆଯାଇଥିବା ସ୍ୱଚ୍ଛତା ପ୍ରତିଜ୍ଞା ସହିତ ଏହି ଅଭିଯାନକୁ ଶୁଭାରମ୍ଭ କରାଯାଇଛି ।

ଅଭିଯାନର ମୁଖ୍ୟ ଆକର୍ଷଣଗୁଡ଼ିକ ମଧ୍ୟରୁ ଅଗଷ୍ଟ ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ସେଲ୍ଫି ବୁଥ ମାଧ୍ୟମରେ ସଚେତନତା ପ୍ରସାର କରିବା ପାଇଁ ପ୍ରମୁଖ ଷ୍ଟେସନଗୁଡ଼ିକରେ ରେଳ ଯାତ୍ରୀମାନଙ୍କୁ ସାମିଲ କରିବା; ଜନସଚେତନତା ଅଭିଯାନ ମଧ୍ୟରୁ ଡଷ୍ଟବିନ୍ ବ୍ୟବହାର, ଆବର୍ଜନା ବିରୋଧୀ ଏବଂ ଜୈବ-ଶୌଚାଳୟ ବ୍ୟବହାର ଭଳି ଦାୟିତ୍ୱପୂର୍ଣ୍ଣ ଆଚରଣ ଉପରେ କେନ୍ଦ୍ରିତ କରିବା ଇତ୍ୟାଦି ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ । ଟ୍ରେନ୍ ଏବଂ ଷ୍ଟେସନଗୁଡ଼ିକରେ ନିୟମିତ ଘୋଷଣା ସହିତ ସ୍ୱଚ୍ଛତା ପ୍ରତିଜ୍ଞା ପୁସ୍ତିକା ବଂଟନ ଦ୍ୱାରା ସଚେତନତା କରାଇବା; ଡଷ୍ଟବିନ୍ ବ୍ୟବହାର ପ୍ରତି ଯାତ୍ରୀ ମାନଙ୍କୁ ସକ୍ରିୟ ଅଂଶଗ୍ରହଣ କରାଇବା ଏବଂ ପୋଷ୍ଟର ପ୍ରଦର୍ଶନ ଓ ଅଡିଓ-ଭିଜୁଆଲ୍ ଅଭିଯାନ ମାଧ୍ୟମରେ ପରିବେଶଗତ ସ୍ଥିରତା, ଦାୟିତ୍ୱପୂର୍ଣ୍ଣ ବର୍ଜ୍ୟବସ୍ତୁ ନିଷ୍କାସନ ଏବଂ ରେଳପଥ ସ୍ୱଚ୍ଛତାକୁ ପ୍ରୋତ୍ସାହିତ କରିବା ଇତ୍ୟାଦି ଅନ୍ତର୍ଭୁକ୍ତ ଅଟେ।

୧୬ ଅଗଷ୍ଟ ରୁ ୩୧ ଅକ୍ଟୋବର ମଧ୍ୟରେ ଟ୍ରେନରେ ଶୌଚାଳୟ, ଭେଷ୍ଟିବୁଲ୍ସ, ଲିନେନ୍ କ୍ଷେତ୍ର ସଫା ଓ ପରିସ୍କାର ପ୍ରତି ଗୁରୁତ୍ୱାରୋପ କରାଇବା;ଆଇଆରସିଟିସି ସହିତ ସମନ୍ୱୟରେ କୀଟପତଙ୍ଗ ଏବଂ ମୂଷା ନିୟନ୍ତ୍ରଣ ପ୍ରତି ଯତ୍ନବାନ ହେବା; କୋଚ୍ ଗୁଡିକୁ ଯାଂଚ, ଜୈବିକ-ଶୌଚାଳୟ ସଫା କରିବା, ଓବିଏଚଏସ ପରାମର୍ଶ ଅଭିଯାନ ପ୍ରତି ବିଶେଷ ଧ୍ୟାନ ଦେବା; ପ୍ୟାଂଟ୍ରି କାର, ଖାଦ୍ୟ ଷ୍ଟଲ୍‌, ବେସ୍ ରୋଷେଇ ଘର ଏବଂ କ୍ୟାଂଟିନରେ ପରିସ୍କାର ପରିଛନତା ଓ ସ୍ୱଚ୍ଛତା ପ୍ରତି ଗୁରୁତ୍ୱାରୋପ କରାଇବା ଏବଂ ଅଳିଆ ପୃଥକୀକରଣ, ପ୍ଲାଷ୍ଟିକ୍‌-ମୁକ୍ତ ପ୍ଲାଟଫର୍ମ ଏବଂ ଜୈବିକ-କମ୍ପୋଷ୍ଟିଂ ପଦକ୍ଷେପ ପ୍ରତି ବିଶେଷ ଧ୍ୟାନଦେବାକୁ ଏହି ଅଭିଯାନର ଉଦ୍ଦେଶ୍ୟ ରଖାଯାଇଛି ।

ଏହି ବ୍ୟାପକ ସ୍ୱଚ୍ଛତା ଅଭିଯାନ ରେଳ ଯାତ୍ରୀଙ୍କ ସହଯୋଗ ଉପରେ ଗୁରୁତ୍ୱାରୋପ କରୁଛି ଯେଉଁଥିରେ ସମସ୍ତଙ୍କୁ ଡଷ୍ଟବିନ୍ ବ୍ୟବହାର କରନ୍ତୁ - ରେଳପଥକୁ ସଫା ରଖନ୍ତୁ ପାଇଁ ଅନୁରୋଧ କରାଯାଇଛି । ଏହି ବ୍ୟାପକ ଅଭିଯାନ ରେଳପଥ ଇକୋସିଷ୍ଟମରେ ସଫାସୁତୁରା, ପରିଷ୍କାରତା ଏବଂ ପରିବେଶ-ନିରନ୍ତରତାରେ ଏକ ମାନଦଣ୍ଡ ସ୍ଥାପନ କରିବାକୁ ଲକ୍ଷ୍ୟ ରଖିଛି ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande