ଧର୍ମଶାଳା,୧ ଅଗଷ୍ଟ(ହି.ସ.) - ଖୋର୍ଦ୍ଧା ଜିଲାର ଜଟଣୀଠାରେ ଓଡିଶା ଷ୍ଟେଟ ବ୍ୟାଡମିଂଟନ ଆସୋସିଏସନ ପକ୍ଷରୁ ରାଜ୍ୟ ସ୍ତରୀୟ ବ୍ୟାଡମିଂଟନ ର୍ୟାକିଙ୍ଗ୍ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି । ଏଥିରେ ୧୯ ବର୍ଷରୁ କମ୍ ବ୍ୟାଡ ମିଂଟନ ଚମ୍ପିଆନସିପ୍ରେ ବରୀ ବ୍ଲକ ଅରଙ୍ଗାବାଦସ୍ଥିତ ବିଶ୍ୱଜିତ ଜେନା ଓ ଶିଖା ସାମନ୍ତରାୟଙ୍କ ସାନ ଝିଅ ଅବିତ୍ରୀ ସାଇକ୍ରୀତି ଜେନା ଯାଜପୁର ଜିଲା ତରଫରୁ ପ୍ରତିନିଧିତ୍ୱ କରି ଦ୍ୱିତୀୟ ସ୍ଥାନ ଅଧିକାର କରି ରୌ÷ପ୍ୟ ପଦକ ଲାଭ କରିଥିଲେ । ସେ ହରିଆଣା ରାଜ୍ୟର ପାନିପଥସ୍ଥିତ ଇଣ୍ଡିଆନ ଅଏଲ ରିଫାଇନାରୀ କ୍ଲବରେ ପ୍ରଶିକ୍ଷକ ସୁମନ କୁମାର ମିଶ୍ରଙ୍କ ଅଧୀନରେ ରହି ପ୍ରଶିକ୍ଷଣ ନେଉଛନ୍ତି । ଏହି ଖବରକୁ ନେଇ ବରୀ ଅଂଚଳରେ ଖୁସିର ଲହରୀ ଖେଳିଯାଇଛି ।
ହିନ୍ଦୁସ୍ଥାନ ସମାଚାର / ଚିନ୍ମୟ