ନୂଆଦିଲ୍ଲୀ, 1 ଅଗଷ୍ଟ (ହି.ସ.)-ଗତ ପାଞ୍ଚ ବର୍ଷରେ ବେଆଇନ
ପ୍ରବାସନ ସମ୍ପର୍କିତ ମାମଲାରେ ଅମେରିକା ଓ ବ୍ରିଟେନ୍ ଦ୍ୱାରା ୫୮୫୨ ଜଣ ଭାରତୀୟଙ୍କୁ
ନିର୍ବାସିତ କରାଯାଇଛି, ଯାଯେଉଁଥିରେ ୨୦୨୫ ମଧ୍ୟରେ
ଦୁଇଟି ଦେଶରୁ ୧୮୩୪ ଜଣ ନିର୍ବାସିତ ହୋଇଛନ୍ତି। ବୈଦେଶିକ ରାଜ୍ୟମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ
ସିଂହ ଲୋକସଭାରେ ପ୍ରଶ୍ନକାଳ ସମୟରେ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି । ଡିଏମକେ
ସଦସ୍ୟ କନିମୋଝି ଓ ତୃଣମୂଳ କଂଗ୍ରେସ ସଦସ୍ୟ ମାଲ ରାୟଙ୍କ ପ୍ରଶ୍ନର ଉତ୍ତରରେ ବୈଦେଶିକ
ରାଜ୍ୟମନ୍ତ୍ରୀ କହିଛନ୍ତି ଯେ 2020 ରୁ 2024 ମଧ୍ୟରେ ବ୍ରିଟେନ୍ 311 ଓ ଅମେରିକା 5541 ଜଣ
ଭାରତୀୟଙ୍କୁ ନିର୍ବାସିତ କରିଛି। ଏହାସହିତ ବର୍ଷ 2025 ମଧ୍ୟରେ ବ୍ରିଟେନ୍ 131 ଓ ଅମେରିକା
1703 ଭାରତୀୟଙ୍କୁ ନିର୍ବାସିତ କରିଛି। ସେ ଏହା ମଧ୍ୟ କହିଛନ୍ତି ଯେ 2025 ରେ ଅମେରିକାରୁ
ନିର୍ବାସିତ ହୋଇଥିବା 1703 ଜଣ ମଧ୍ୟରୁ 1562 ଜଣ ପୁରୁଷ ଓ 141 ଜଣ ମହିଳା ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା