ୱାଶିଂଟନ, 1 ଅଗଷ୍ଟ (ହି.ସ.)-ଆମେରିକା ପକ୍ଷରୁ ଆମଦାନି
ହେଉଥିବା ଭାରତୀୟ ପଣ୍ୟସାମଗ୍ରୀ ଉପରେ 25 ପ୍ରତିଶତ ଟ୍ୟାରିଫ୍ ଲାଗୁ କରିବା ଆଦେଶ ଅଗଷ୍ଟ
7ରୁ କାର୍ଯ୍ୟକ୍ଷମ ହେବ। ହ୍ୱାଇଟ୍ ହାଉସ୍ ଅଗଷ୍ଟ 1ର ଡେଡଲାଇନ୍ ଶେଷ ହେବାର କିଛି ଘଣ୍ଟା
ପୂର୍ବରୁ ଏହାର ଘୋଷଣା କରିଛି। ପୂର୍ବରୁ ଏହି ଟ୍ୟାରିଫ୍ 1 ଅଗଷ୍ଟରୁ ଲାଗୁ ହେବାର
ଥିଲା।
ଭାରତ ସହିତ ବିଶ୍ୱର ଅନେକ ଦେଶ ଉପରେ ଅମେରିକା ନୂଆ ଟ୍ୟାରିଫ୍ ଲାଗାଇଛି ଯାହା 7
ଅଗଷ୍ଟରୁ
ଲାଗୁ ହେବ। ଏହି ଅନୁସାରେ ଭାରତ ଉପରେ 25 ପ୍ରତିଶତ ଓ କାନାଡା ଉପରେ 35
ପ୍ରତିଶତ
ଟ୍ୟାରିଫ୍ ଲାଗାଯାଇଛି। ଭାରତର ରୁଷ ସହିତ ଅସ୍ତ୍ରଶସ୍ତ୍ର ଓ ତେଲ କିଣିବାକୁ ନେଇ ଅତିରିକ୍ତ ଆମଦାନୀ
ଶୁଳ୍କ ଲଗାଯିବା ଅଭିଯୋଗ ମଧ୍ୟ ଥିବା କୁହାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା