ନୂଆଦିଲ୍ଲୀ, 1 ଅଗଷ୍ଟ (ହି.ସ.)- ନିର୍ବାଚନ
ଆୟୋଗ ଶୁକ୍ରବାର ଦିନ ଉପରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ କାର୍ଯ୍ୟସୂଚୀର ଘୋଷଣା କରିଛି।
ଏକାଧିକ ପ୍ରାର୍ଥୀ ଥିଲେ ୯ ସେପ୍ଟେମ୍ବରରେ ଭୋଟ ହେବ। ନିର୍ବାଚନ ଅଧିସୂଚନା ୭ ଅଗଷ୍ଟ ରେ ଜାରି
ହେବ। ନିର୍ବାଚନ ଆୟୋଗଙ୍କ ଅନୁଯାୟୀ, ଅଧିସୂଚନା ଅଗଷ୍ଟ ୭ରେ
ଜାରି ହେବ ଏବଂ ନାମାଙ୍କନ ଦାଖଲର ଶେଷ ତାରିଖ ୨୧ ଅଗଷ୍ଟ ରଖାଯାଇଛି। ନାମାଙ୍କନ ଯାଂଚ ୨୨ ଅଗଷ୍ଟରେ
କରାଯିବ ଏବଂ ୨୫ ଅଗଷ୍ଟ ସୁଦ୍ଧା ନାମାଙ୍କନ ପ୍ରତ୍ୟାହୃତ କରିପାରିବେ । ଏକାଧିକ ପ୍ରାର୍ଥୀ ଥିଲେ
୯ ସେପ୍ଟେମ୍ବରରେ ସଂସଦ ଭବନରେ ଭୋଟ ହେବ ଏବଂ ସେହି ଦିନ ମତଗଣନା ମଧ୍ୟ ହେବ।
ଉପରାଷ୍ଟ୍ରପତି ପଦ ପାଇଁ
ଏକ ନିର୍ବାଚନ ମଣ୍ଡଳୀ ଗଠନ କରାଯାଏ। ଏହି ମଣ୍ଡଳୀରେ ରାଜ୍ୟସଭାର ନିର୍ବାଚିତ ଓ ମନୋନୀତ
ସଦସ୍ୟମାନେ,
ଏବଂ ଲୋକସଭାର ନିର୍ବାଚିତ ସଦସ୍ୟମାନେ ଥାନ୍ତି। ଏହି ସଦସ୍ୟମାନେ
ମତଦାନ କରନ୍ତି। ଏହି ମତଦାନ ପାଇଁ କୌଣସି ରାଜନୈତିକ ଦଳ ସେମାନଙ୍କ ସଦସ୍ୟଙ୍କୁ ହ୍ୱିପ୍ ଜାରି
କରିପାରିବେ ନାହିଁ।
ଆୟୋଗ ଅନୁଯାୟୀ, ରାଜ୍ୟସଭାରେ ୨୩୩ ଟି ଆସନରୁ ୫ଟି ଆସନ ଖାଲି ଅଛି ଓ ୧୨ ଜଣ ମନୋନୀତ
ସଦସ୍ୟ ଅଛନ୍ତି। ଲୋକସଭାରେ ୫୪୩ ଜଣ ସଦସ୍ୟ ଅଛନ୍ତି ଓ ଏକ ଆସନ ଖାଲି ଅଛି। ଅର୍ଥାତ୍ ରାଜ୍ୟସଭା
ଓ ଲୋକସଭା ମିଶି ୭୮୮ ଟି ଆସନ ମଧ୍ୟରୁ ୬ଟି ଆସନ ଖାଲି ଅଛି। ତେଣୁ ମୋଟ ୭୮୨ ଜଣ ସଦସ୍ୟ
ଉପରାଷ୍ଟ୍ରପତି ପଦବୀ ପାଇଁ ମତଦାନ କରିବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା