ଉପରାଷ୍ଟ୍ରପତି ନିର୍ବାଚନ : ଦଳ କାହାକୁ ସମର୍ଥନ କରିବ ତାହା ସଭାପତି ନିଷ୍ପତି ନେବେ
ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଉପରାଷ୍ଟ୍ରପତି ନିର୍ବାଚନରେ ଦଳ କାହାକୁ ସମର୍ଥନ କରିବ ତାହା ଦଳର ସଭାପତି ନିଷ୍ପତି ନେବେ। ସଭାପତି ଖୁବ ଶୀଘ୍ର ସଂସଦୀୟ କମିଟି ବୈଠକ ଡାକି ଏ ବିଷୟରେ ଆଲୋଚନା କରିବେ। ସବୁବେଳେ ଓଡିଶା ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡ଼ି ନିଷ୍ପତି ନେଇଥାଏ ବୋଲି କହିଛନ୍ତି ବିଜେଡ଼ି ବିଧା
ଉପରାଷ୍ଟ୍ରପତି ନିର୍ବାଚନ : ଦଳ କାହାକୁ ସମର୍ଥନ କରିବ ତାହା ସଭାପତି ନିଷ୍ପତି ନେବେ


ଭୁବନେଶ୍ୱର,୦୧ ଅଗଷ୍ଟ (ହି.ସ)- ଉପରାଷ୍ଟ୍ରପତି ନିର୍ବାଚନରେ ଦଳ କାହାକୁ ସମର୍ଥନ କରିବ ତାହା ଦଳର ସଭାପତି ନିଷ୍ପତି ନେବେ। ସଭାପତି ଖୁବ ଶୀଘ୍ର ସଂସଦୀୟ କମିଟି ବୈଠକ ଡାକି ଏ ବିଷୟରେ ଆଲୋଚନା କରିବେ। ସବୁବେଳେ ଓଡିଶା ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡ଼ି ନିଷ୍ପତି ନେଇଥାଏ ବୋଲି କହିଛନ୍ତି ବିଜେଡ଼ି ବିଧାୟକ ଦିବ୍ୟଶଙ୍କର ମିଶ୍ର।

ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ଅଶୋକ ଦାସ କହିଛନ୍ତି କିଏ ପ୍ରାର୍ଥୀ ହେବେ କାହାକୁ ସମର୍ଥନ କରିବ ତାହା ଦଳ ନିଷ୍ପତି ନେବେ। ଉପରାଷ୍ଟ୍ରପତି ନିର୍ବାଚନରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ ହେବ। ବିରୋଧୀ ଭାବେ ବିରୋଧ କରିବ କି ନାହିଁ। କିନ୍ତୁ ବିଜେଡ଼ି ସବୁବେଳେ ଗୋଟେ କଥା କହେ ଆଉ ଗୋଟେ କାମ କରେ।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande