କୁଲଗାମରେ ଆତଙ୍କବାଦ ବିରୋଧୀ ଅଭିଯାନ ୧୩ତମ ଦିନ ପାଇଁ ଜାରି
ଶ୍ରୀନଗର, ୧୩ ଅଗଷ୍ଟ (ହି.ସ.)-ଜମ୍ମୁ ଓ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଜଙ୍ଗଲରେ ବୁଧବାର ୧୩ତମ ଦିନ ପାଇଁ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି। ସୁରକ୍ଷା ବାହିନୀ ଆତଙ୍କବାଦୀ ଆଡ୍ଡା ଚାରିପାଖରେ ଘେରାବନ୍ଦୀ କଡ଼ାକଡ଼ି କରୁଛନ୍
କୁଲଗାମରେ ଆତଙ୍କବାଦ ବିରୋଧୀ ଅଭିଯାନ ୧୩ତମ ଦିନ ପାଇଁ ଜାରି


ଶ୍ରୀନଗର, ୧୩ ଅଗଷ୍ଟ (ହି.ସ.)-ଜମ୍ମୁ

ଓ କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଜଙ୍ଗଲରେ ବୁଧବାର ୧୩ତମ ଦିନ ପାଇଁ ଆତଙ୍କବାଦୀଙ୍କୁ ନିପାତ

କରିବା ପାଇଁ ସୁରକ୍ଷା ବାହିନୀର ଅଭିଯାନ ଜାରି ରହିଛି। ସୁରକ୍ଷା ବାହିନୀ ଆତଙ୍କବାଦୀ ଆଡ୍ଡା

ଚାରିପାଖରେ ଘେରାବନ୍ଦୀ କଡ଼ାକଡ଼ି କରୁଛନ୍ତି ,ଯେପରି ଘନ ଜଙ୍ଗଲରେ ଗୁଳି ଚଳାଇ ଆତଙ୍କବାଦୀମାନେ

ଘଟଣାସ୍ଥଳରୁ ଖସି ନ ଯାଆନ୍ତି । ଅଧିକାରୀମାନେ କହିଛନ୍ତି ଯେ ଏହା ଉପତ୍ୟକାର ସବୁଠାରୁ ଲମ୍ବା

ଆତଙ୍କବାଦ ବିରୋଧୀ ଅଭିଯାନ ମଧ୍ୟରୁ ଗୋଟିଏ।ଏପର୍ଯ୍ୟନ୍ତ ଏହି ଅଭିଯାନରେ ଦୁଇ ଜଣ ସେନା କର୍ମଚାରୀ

ସହିଦ ହୋଇଛନ୍ତି ଏବଂ ନଅ ଜଣ ଆହତ ହୋଇଛନ୍ତି, ଯେତେବେଳେ ଅଭିଯାନ

ଆରମ୍ଭରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ।ଅଧିକାରୀମାନେ କହିଛନ୍ତି ଯେ ଏହି ଜଙ୍ଗଲ ଅଞ୍ଚଳରେ

ତିନୋଟି ସ୍ଥାନରେ ଆଠ ଜଣ ଆତଙ୍କବାଦୀ ଲୁଚି ରହିଛନ୍ତି, ଯେଉଁମାନେ ଦିନରେ

ଗୁଳି ଚଳାଇବାକୁ ଏଡ଼ାଇ ଯାଉଛନ୍ତି କିନ୍ତୁ ରାତିରେ ଖସିଯିବା ପାଇଁ ପ୍ରବଳ ଗୁଳିଚାଳନା

କରୁଛନ୍ତି। ଅଖଲର ଏହି ଜଙ୍ଗଲ ବହୁତ ଘନ ଯେଉଁଠାରେ ଅନେକ ପ୍ରାକୃତିକ ଗୁମ୍ଫା ଅଛି ଯେଉଁଥିରେ

ଏହି ଆତଙ୍କବାଦୀମାନେ ଲୁଚି ରହିଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande