ନୂଆଦିଲ୍ଲୀ, ୧୩ ଅଗଷ୍ଟ(ହି.ସ.) – ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୀତିକ ସାଝେଦାରୀକୁ ଗତି ପ୍ରଦାନ କରିବା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀରେ ଦୁଇ ଦେଶର ତୃତୀୟ ମନ୍ତ୍ରୀସ୍ତରୀୟ ଗୋଲ୍ଟେବୁଲ୍ ବୈଠକ(ଆଇଏସ୍ଏମ୍ଆର୍) ଆୟୋଜିତ କରାଯାଇଛି। ବୈଠକରେ ଦୁଇ ଦେଶ ବ୍ୟାପକ ରଣନୀତିକ ସାଝେଦାରୀକୁ ଆହୁରି ମଜବୁତ କରିବାକୁ ସଂକଳ୍ପ ସ୍ପଷ୍ଟ କରାଯାଇଛି। ଏହି ଅବସରରେ ସରକାର ଏବଂ ଉଦ୍ୟୋଗ ଜଗତ ମଧ୍ୟରେ ସହଯୋଗ ବଢ଼ାଇବା ଉପରେ ଜୋର୍ ଦିଆଯାଇଛି।
ବୈଠକରେ ଭାରତ ପକ୍ଷରୁ ବିଦେଶ ମନ୍ତ୍ରୀ ଏସ୍. ଜୟଶଙ୍କର, ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୁଷ ଗୋୟଲ, ଇଲେକ୍ଟ୍ରୋନିକ୍ ଏବଂ ଆଇଟି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଭାଗ ନେଇଥିଲେ। ସିଙ୍ଗାପୁର ପକ୍ଷରୁ ଉପ ପ୍ରଧାନମନ୍ତ୍ରୀ ଗମ କିନ୍ ଯୋଗ, ରାଷ୍ଟ୍ରୀୟ ସୁରକ୍ଷା ଏବଂ ଗୃହ ମାମଲାର ସମନ୍ୱୟକ ମନ୍ତ୍ରୀ କେ. ଶନ୍ମୁଗମ, ବିଦେଶ ମନ୍ତ୍ରୀ ବିବିୟନ ବାଲକୃଷ୍ଣନ, ଡିଜିଟାଲ ବିକାଶ ଏବଂ ସୂଚନା ମନ୍ତ୍ରୀ ଜୋସେଫିନ୍ ଟିଓ, ଶ୍ରମମନ୍ତ୍ରୀ ଡା. ତନ ସି ଲେଂଗ ଏବଂ ପରିବହନର କାର୍ଯ୍ୟବାହକ ମନ୍ତ୍ରୀ ଜେଫ୍ରି ସିଓ ଭାଗ ନେଇଥିଲେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି