ବିହାର ନିର୍ବାଚନରେ ସମ୍ଭାବିତ ପରାଜୟରେ ନିର୍ବାଚନ ଆୟୋଗ ଉପରେ ମିଛ ଅଭିଯୋଗ ଲଗାଉଛି କଂଗ୍ରେସ- ଅନୁରାଗ ଠାକୁର
ନୂଆଦିଲ୍ଲୀ, ୧୩ ଅଗଷ୍ଟ(ହି.ସ.) – କଂଗ୍ରେସର ପୂର୍ବ ଅଧ୍ୟକ୍ଷ ଏବଂ ଲୋକସଭାରେ ବିରୋଧି ନେତା ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଆୟୋଗ ଉପରେ ଲଗାଇଥିବା ଅଭିଯୋଗ ଉପରେ ଭାରତୀୟ ଜନତା ପାର୍ଟି(ଭାଜପା)ର ସାଂସଦ ଅନୁରାଗ ଠାକୁର ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଯଦି କାହାର ନେତୃତ୍ୱରେ ୯୦ ଥର ନିର୍ବାଚ
ବିହାର ନିର୍ବାଚନରେ ସମ୍ଭାବିତ ପରାଜୟରେ ନିର୍ବାଚନ ଆୟୋଗ ଉପରେ ମିଛ ଅଭିଯୋଗ ଲଗାଉଛି କଂଗ୍ରେସ- ଅନୁରାଗ ଠାକୁର


ନୂଆଦିଲ୍ଲୀ, ୧୩ ଅଗଷ୍ଟ(ହି.ସ.) – କଂଗ୍ରେସର ପୂର୍ବ ଅଧ୍ୟକ୍ଷ ଏବଂ ଲୋକସଭାରେ ବିରୋଧି ନେତା ରାହୁଲ ଗାନ୍ଧୀଙ୍କ ନିର୍ବାଚନ ଆୟୋଗ ଉପରେ ଲଗାଇଥିବା ଅଭିଯୋଗ ଉପରେ ଭାରତୀୟ ଜନତା ପାର୍ଟି(ଭାଜପା)ର ସାଂସଦ ଅନୁରାଗ ଠାକୁର ପାଲଟା ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ ଯଦି କାହାର ନେତୃତ୍ୱରେ ୯୦ ଥର ନିର୍ବାଚନ ହାରିବାର ରେକର୍ଡ଼ ଅଛି ସେ ହେଉଛନ୍ତି ରାହୁଲ ଗାନ୍ଧୀ। ପାର୍ଟି ଭିତରେ ମଧ୍ୟ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠେ। ଯେତେବେଳେ ସେ ନିର୍ବାଚନ ହାରନ୍ତି ତେବେ ଇଭିଏମ୍ ଉପରେ ପ୍ରଶ୍ନ ଉଠାନ୍ତି ବା ମତଦାତାମାନଙ୍କୁ ଦୋଷ ଦିଅନ୍ତି।

ପୂର୍ବ କେନ୍ଦ୍ରମନ୍ତ୍ରୀ ଓ ସାଂସଦ ଅନୁରାଗ ଠାକୁର ବୁଧବାର ଦିନ ଏଠାରେ ଭାଜପା ମୁଖ୍ୟାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି। ଅନୁରାଗ ଠାକୁର କହିଛନ୍ତି ଯେ କଂଗ୍ରେସ ପ୍ରଥମେ କହିଛି ଯେ ଭାଜପା ପାଇଁ ଇଭିଏମ୍‌ରେ ହେରାଫେରି କରାଯାଇଛି। ପୁଣି ସେ କହିଛନ୍ତି ଯେ ଇଭିଏମ୍ ଉପରେ ପ୍ରତିବନ୍ଧ ଲଗାଅ, ମତପତ୍ର ଫେରାଇ ଆଣ। ପୁଣି ସେ କହିଛନ୍ତି ଯେ ଇଭିଏମ୍‌କୁ ରିମୋର୍ଟରୁ ହ୍ୟାକ୍ କରାଯାଇପାରେ। କଂଗ୍ରେସ ସବୁ ହାରିବା ପରେ ନୂଆ ବାହାନା ଖୋଜେ। କଂଗ୍ରେସ ଆତ୍ମଚିନ୍ତନ କରିନାହିଁ, ତେବେ ବାରମ୍ବାର ଇଭିଏମ୍‌, ନିର୍ବାଚନ ଆୟୋଗ ଏବଂ ସଂବିଧାନିକ ସଂସ୍ଥାକୁ ଦୋଷ ଦିଏ। ବିହାର ନିର୍ବାଚନ ହାରିବାକୁ ଦେଖି କଂଗ୍ରେସ ପ୍ରଥମେ ବିରୋଧି ଦଳ ସହିତ ମିଶି ମିଛ ଅଭିଯୋଗ ଲଗାଇବାରେ ଲାଗିଛି।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande