ଉତରପ୍ରଦେଶ ବିଧାନସଭାରେ ଶ୍ରୀ ବାଙ୍କେ ବିହାରୀଜୀ ମନ୍ଦିର ଟ୍ରଷ୍ଟ ଅଧ୍ୟାଦେଶ ୨୦୨୫ ଗୃହୀତ
ଲକ୍ଷ୍ନୌ, ୧୩ ଅଗଷ୍ଟ (ହି.ସ.) – ମଥୁରାରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ବାଙ୍କେ ବିହାରୀଜୀ ମନ୍ଦିରର ଭକ୍ତ ମାନଙ୍କ ପରିଚାଳନା, ସଂରକ୍ଷଣ ଏବଂ ସୁବିଧା ପାଇଁ ବୁଧବାର ଦିନ ଉତର ପ୍ରଦେଶ ବିଧାନସଭାରେ ଶ୍ରୀ ବାଙ୍କେ ବିହାରୀଜୀ ମନ୍ଦିର ଟ୍ରଷ୍ଟ ଅଧ୍ୟାଦେଶ ୨୦୨୫ ଭଏସ୍ ଭୋଟ ଦ୍ୱାରା ଗୃହୀତ ହୋଇଛି । ଏହି
ଉତରପ୍ରଦେଶ ବିଧାନସଭାରେ ଶ୍ରୀ ବାଙ୍କେ ବିହାରୀଜୀ ମନ୍ଦିର ଟ୍ରଷ୍ଟ ଅଧ୍ୟାଦେଶ ୨୦୨୫ ଗୃହୀତ


ଲକ୍ଷ୍ନୌ, ୧୩ ଅଗଷ୍ଟ (ହି.ସ.) – ମଥୁରାରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ଶ୍ରୀ ବାଙ୍କେ ବିହାରୀଜୀ ମନ୍ଦିରର ଭକ୍ତ ମାନଙ୍କ ପରିଚାଳନା, ସଂରକ୍ଷଣ ଏବଂ ସୁବିଧା ପାଇଁ ବୁଧବାର ଦିନ ଉତର ପ୍ରଦେଶ ବିଧାନସଭାରେ ଶ୍ରୀ ବାଙ୍କେ ବିହାରୀଜୀ ମନ୍ଦିର ଟ୍ରଷ୍ଟ ଅଧ୍ୟାଦେଶ ୨୦୨୫ ଭଏସ୍ ଭୋଟ ଦ୍ୱାରା ଗୃହୀତ ହୋଇଛି । ଏହି ଅଧ୍ୟାଦେଶ ପାରମ୍ପରିକ ପୂଜା ବ୍ୟବସ୍ଥା ଏବଂ ଧାର୍ମିକ ବିଶ୍ୱାସକୁ ସ୍ପର୍ଶ ନ କରି ପରିଚାଳନା, ସୁରକ୍ଷା ଏବଂ ସେବା ସୁବିଧାଗୁଡ଼ିକୁ ଆଧୁନିକୀକରଣ କରିବାର ପଥ ପ୍ରଶସ୍ତ କରିବ । ଏହି ଅଧ୍ୟାଦେଶ କାର୍ଯ୍ୟକାରୀ ହେବା ସହିତ ଶ୍ରୀ ବାଙ୍କେ ବିହାରୀ ଜୀ ମନ୍ଦିର କେବଳ ଏହାର ପ୍ରାଚୀନ ଅଧ୍ୟାତ୍ମିକ ପରମ୍ପରାକୁ ବଜାୟ ରଖିବ ନାହିଁ ବରଂ ଭକ୍ତ ମାନଙକୁ ଏକ ସୁରକ୍ଷିତ, ସୁଗମ ଏବଂ ଆଧୁନିକ ଅଭିଜ୍ଞତା ମଧ୍ୟ ପ୍ରଦାନ କରିବ ।

ସୂଚନା ଅନୁଯାୟୀ ଏହି ଟ୍ରଷ୍ଟ ୧୮ ଜଣ ସଦସ୍ୟ ବିଶିଷ୍ଟ ଟ୍ରଷ୍ଟି ବୋର୍ଡ଼ ଦ୍ୱାରା ପରିଚାଳିତ ହେବ । ଏଥିରେ ୧୧ ଜଣ ମନୋନୀତ ସଦସ୍ୟ ରହିବେ, ଯେଉଁଥିରେ ବୈଷ୍ଣବ ପରମ୍ପରାରୁ ୩ ଜଣ, ଅନ୍ୟ ସନାତନ ପରମ୍ପରାରୁ ୩ ଜଣ, ବିଭିନ୍ନ କ୍ଷେତ୍ରରୁ ୩ ଜଣ ପ୍ରଖ୍ୟାତ ବ୍ୟକ୍ତିତ୍ୱ, ଗୋସ୍ୱାମୀ ପରମ୍ପରାରୁ ୨ ଜଣ (ରାଜ-ଭୋଗ ଏବଂ ଶୟନ-ଭୋଗ ସେବାୟତ) ରହିବେ । ଏହା ବ୍ୟତୀତ ୭ ଜଣ ପଦାଧିକାରୀ ସଦସ୍ୟ ରହିବେ, ଯେଉଁଥିରେ ଜିଲ୍ଲା ମାଜିଷ୍ଟ୍ରେଟ୍ ମଥୁରା, ବରିଷ୍ଠ ପୋଲିସ ଅଧିକ୍ଷକ, ମ୍ୟୁନିସପାଲ କମିଶନର, ବ୍ରଜ ତୀର୍ଥ ବିକାଶ ପରିଷଦର ସିଇଓ, ଧର୍ମାର୍ଥ କାର୍ଯ୍ୟ ବିଭାଗର ଜଣେ ଅଧିକାରୀ, ଶ୍ରୀ ବାଙ୍କେ ବିହାରୀ ମନ୍ଦିର ଟ୍ରଷ୍ଟର ସିଇଓ ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ମନୋନୀତ ଜଣେ ସଦସ୍ୟ ରହିବେ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande