ବିଟ୍ଠଲଭାଇ ପଟେଲଙ୍କ ସ୍ମୃତିରେ ଡାକ ଟିକେଟ ଜାରି କରିବେ ଅମିତ ଶାହ
ନୂଆଦିଲ୍ଲୀ, 17 ଅଗଷ୍ଟ (ହି.ସ.)-ଦିଲ୍ଲୀ ବିଧାନସଭାର ଅଧ୍ୟକ୍ଷ ବିଜେନ୍ଦ୍ର ଗୁପ୍ତା ରବିବାର ଦିନ କହିଛନ୍ତି ଯେ, 1925 ମସିହାରେ ବିଟ୍ଠଲଭାଇ ପଟେଲ୍ କେନ୍ଦ୍ରୀୟ ବିଧାନସଭାର ପ୍ରଥମ ନିର୍ବାଚିତ ବାଚସ୍ପତି ହୋଇଥିଲେ। ବର୍ତ୍ତମାନ ଏହାର ଶତବ୍ଦୀ ବର୍ଷ ଚାଲିଛି। ଏହି ଅବସରରେ ଏକ ବିଶେଷ
ବିଟ୍ଠଲଭାଇ ପଟେଲଙ୍କ     ସ୍ମୃତିରେ ଡାକ ଟିକେଟ ଜାରି କରିବେ ଅମିତ ଶାହ


ନୂଆଦିଲ୍ଲୀ, 17 ଅଗଷ୍ଟ (ହି.ସ.)-ଦିଲ୍ଲୀ ବିଧାନସଭାର

ଅଧ୍ୟକ୍ଷ ବିଜେନ୍ଦ୍ର ଗୁପ୍ତା ରବିବାର ଦିନ କହିଛନ୍ତି ଯେ, 1925 ମସିହାରେ ବିଟ୍ଠଲଭାଇ ପଟେଲ୍ କେନ୍ଦ୍ରୀୟ ବିଧାନସଭାର ପ୍ରଥମ ନିର୍ବାଚିତ ବାଚସ୍ପତି

ହୋଇଥିଲେ। ବର୍ତ୍ତମାନ ଏହାର ଶତବ୍ଦୀ ବର୍ଷ ଚାଲିଛି। ଏହି ଅବସରରେ ଏକ ବିଶେଷ ଡାକ ଟିକେଟ୍ ଜାରି

କରାଯିବ।

24 ଅଗଷ୍ଟରେ କେନ୍ଦ୍ର ଗୃହ ଓ

ସହକାରିତା ମନ୍ତ୍ରୀ ଅମିତ ଶାହ ଏହି ଡାକ ଟିକେଟ୍ ଜାରି କରିବେ। ଏହି ଅବସରରେ କେନ୍ଦ୍ରୀୟ ସଂଚାର

ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ଉପସ୍ଥିତ ରହିବେ। ସଂଚାର ମନ୍ତ୍ରଣାଳୟ ଓ ଇଣ୍ଡିଆ

ପୋଷ୍ଟଙ୍କ ସହଯୋଗରେ ଜାରି ହେଉଥିବା ଏହି ବିଶେଷ ଡାକ ଟିକେଟ୍ ବିଟ୍ଠଲଭାଇ ପଟେଲଙ୍କ ମହାନ

ସଂସଦୀୟ ଐତିହ୍ୟ ଓ ତାଙ୍କର ଅସାଧାରଣ ଅବଦାନ ପ୍ରତି ଜନତା ଓ ଜାତି ପକ୍ଷରୁ ଏକ ଶତବ୍ଦୀ ସ୍ମୃତି

ସ୍ୱରୂପ ଶ୍ରଦ୍ଧାଞ୍ଜଳି

ହେବ।

ବିଜେନ୍ଦ୍ର ଗୁପ୍ତାଙ୍କ

ପକ୍ଷରୁ ରବିବାର ଜାରି କରାଯାଇଥିବା ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ,

ଏହି ଡାକ ଟିକେଟ୍ ର ବିମୋଚନ ବିଟ୍ଠଲଭାଇ ଝାଭେରଭାଇ

ପଟେଲଙ୍କ ଦୂରଦର୍ଶୀ ସଂସଦୀୟ ଅବଦାନ ଓ ରାଷ୍ଟ୍ର ନିର୍ମାଣରେ ତାଙ୍କ ଐତିହାସିକ ଭୂମିକା ପ୍ରତି

ସମ୍ମାନ ସ୍ୱରୂପ କରାଯାଉଛି। ସ୍ୱାଧୀନତା ସଂଗ୍ରାମର ଏକ ଅଗ୍ରଣୀ ଯୋଦ୍ଧା ଓ ପ୍ରଖର ସଂସଦୀୟ ନେତା ଭାବରେ,

ସେ 24 ଅଗଷ୍ଟ 1925 ରେ ଇତିହାସ ଗଠନ କରି କେନ୍ଦ୍ରୀୟ

ବିଧାନସଭାର ବାଚସ୍ପତି ପଦକୁ ଗୌରବ ଦେଇଥିଲେ। ତାଙ୍କ କାର୍ଯ୍ୟକାଳର ବିଶେଷତା ରହିଥିଲା—ନିରପେକ୍ଷତା, ସଂସଦୀୟ ପ୍ରକ୍ରିୟାପ୍ରତି ଅତୁଟ ଆସ୍ଥା, ବିଧାନମଣ୍ଡଳର ସ୍ୱାଧୀନତାର ସୁରକ୍ଷା,

ସଶକ୍ତ ଚର୍ଚ୍ଚାର ସଂସ୍କୃତିକୁ ବୃଦ୍ଧି ଓ

ଗଣତାନ୍ତ୍ରିକ ମୂଲ୍ୟବୋଧ ପ୍ରତି ସର୍ବୋଚ୍ଚ ମାନ। ଏହାପୂର୍ବରୁ 27 ସେପ୍ଟେମ୍ବର 1973 ରେ ମଧ୍ୟ

ତାଙ୍କ ଜନ୍ମ ଶତବ୍ଦୀ ଅବସରରେ ଏକ ଡାକ ଟିକେଟ୍ ଜାରି କରାଯାଇଥିଲା,

ଯାହା ତାଙ୍କ ଅତୁଳନୀୟ ସେବା ପ୍ରତି ଜାତିର ସମ୍ମାନର

ପ୍ରତୀକ ଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande