ପଶ୍ଚିମ ସିଂହଭୂମି, ୧୩ ଅଗଷ୍ଟ (ହି.ସ.)-
ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି (ଚାଇବାସା) ଜିଲ୍ଲାର ଗୋଇଲକେରା ଥାନା ଅଞ୍ଚଳର ସୌତାରେ ପୋଲିସ
ଏବଂ ନକ୍ସଲବାଦୀଙ୍କ ମଧ୍ୟରେ ବର୍ତ୍ତମାନ ଏକ ଏନକାଉଣ୍ଟର ଚାଲିଛି। ସୂତ୍ର ଅନୁଯାୟୀ, ପୋଲିସ ଜଣେ ନକ୍ସଲଙ୍କୁ ନିହତ କରିଛି। ଏକ ଏସଏଲଆର ରାଇଫଲ୍
ମଧ୍ୟ ଉଦ୍ଧାର କରାଯାଇଛି।ଏହି ସମ୍ପର୍କରେଆଇଜି (ଅପରେସନ) ଡା.
ମାଇକଲ ରାଜ କହିଛନ୍ତି ଯେ ଚାଇବାସାର ଗୋଇଲକେରାରେ ଏକ ଏନକାଉଣ୍ଟର ଚାଲିଛି। ଏଥିରେ ନକ୍ସଲମାନେ
ମଧ୍ୟ ଆହତ ହୋଇଛନ୍ତି। ସର୍ଚ୍ଚ ଅପରେସନ୍ ଏବେ ବି ଜାରି ରହିଛି।ଜିଲ୍ଲାର ନକ୍ସଲ ପ୍ରଭାବିତ
ଅଞ୍ଚଳରେ ନିରନ୍ତର ସର୍ଚ୍ଚ ଅପରେସନ୍ ଚାଲିଥିବା କୁହାଯାଇଛି। ଆଜି ସକାଳେ ଜଙ୍ଗଲ ଘେରା ପାହାଡ଼ି
ଅଞ୍ଚଳ ସୌତା ନିକଟରେ ପୋଲିସକୁ ଦେଖି ନକ୍ସଲମାନେ ଗୁଳି ଚଳାଇଥିଲେ। ସିଆରପିଏଫଏବଂ ଝାଡ଼ଖଣ୍ଡ ପୋଲିସ କର୍ମଚାରୀମାନେ ଗୁଳି ଚାଳନା କରିଥିଲେ।
ଏପର୍ଯ୍ୟନ୍ତ ଜଣେ ନକ୍ସଲ ନିହତ ହୋଇଥିବା ଖବର ଅଛି। ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା