ଉତ୍ତର ପ୍ରଦେଶର ଜୌନପୁରରେ ରୋଡୱେଜ୍ ବସ୍ ଏବଂ ଟ୍ରକ୍ ମଧ୍ୟରେ ସିଧାସଳଖ ଧକ୍କା, ପାଞ୍ଚ ଜଣଙ୍କର ମୃତ୍ୟୁ
ଜୌନପୁର, ୧୩ ଅଗଷ୍ଟ (ହି.ସ.)- ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ଖେତାସରାୟ ଥାନା ଅଞ୍ଚଳ ସ୍ଥିତ ଗୁରେନି ବଜାର ମୋଡ଼ରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ରୋଡୱେଜ୍ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଏମାନ
ଉତ୍ତର ପ୍ରଦେଶର ଜୌନପୁରରେ ରୋଡୱେଜ୍ ବସ୍ ଏବଂ ଟ୍ରକ୍ ମଧ୍ୟରେ ସିଧାସଳଖ ଧକ୍କା, ପାଞ୍ଚ ଜଣଙ୍କର ମୃତ୍ୟୁ


ଜୌନପୁର, ୧୩ ଅଗଷ୍ଟ (ହି.ସ.)- ଉତ୍ତର ପ୍ରଦେଶର ଜୌନପୁର ଜିଲ୍ଲାର ଖେତାସରାୟ ଥାନା ଅଞ୍ଚଳ ସ୍ଥିତ ଗୁରେନି ବଜାର ମୋଡ଼ରେ ମଙ୍ଗଳବାର ବିଳମ୍ବିତ ରାତିରେ ଏକ

ରୋଡୱେଜ୍ ବସ୍ ଏବଂ ଟ୍ରକ୍ ମଧ୍ୟରେ ଧକ୍କା ହେବା ଫଳରେ ପାଞ୍ଚ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି

ଏବଂ ଅନେକ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ସାତ ଜଣ ଗୁରୁତର ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ

ଚିକିତ୍ସା କରାଯାଉଛି। ଜଣଙ୍କୁ ବାରାଣସୀ ଟ୍ରାମା ସେଣ୍ଟରକୁ ପଠାଯାଇଛି। ଜିଲ୍ଲା ଅଧିକାରୀ ଡକ୍ଟର

ଦିନେଶ ସିଂହ ଏବଂ ପୋଲିସ ଅଧୀକ୍ଷକ ଡକ୍ଟର କୌସ୍ତୁଭ ଜିଲ୍ଲା ହସ୍ପିଟାଲରେ ପହଞ୍ଚିଥିଲେ। ଆହତଙ୍କ

ଅବସ୍ଥା ପଚାରି ବୁଝିଛନ୍ତି ଏବଂ ଡାକ୍ତରଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।ଜିଲ୍ଲା

ଅଧିକାରୀ ଦୁର୍ଘଟଣାକୁ ନିଶ୍ଚିତ କରି କହିଛନ୍ତି

ଯେ ଏକ ରୋଡୱେଜ୍ ବସ୍ ବାରାଣସୀରୁ ଶାହଗଞ୍ଜ ଯାଉଥିଲା। ବସ୍ ଟି ଭୁଲ ଦିଗରେ ଯାଉଥିଲା ଏବଂ ହଠାତ୍

ଏକ ଟ୍ରକ୍ ସହିତ ଧକ୍କା ହୋଇଥିଲା। ଏହି ଘଟଣାରେ ଚାରି ଜଣଙ୍କର ମୃତ୍ୟୁ ହୋଇଛି ,ଯେଉଁଥିରେ ଦୁଇଜଣ ପୁରୁଷ, ଜଣେ ମହିଳା ଏବଂ

ଜଣେ ଶିଶୁ ସାମିଲ ଅଛନ୍ତି । ଚିକିତ୍ସା ସମୟରେ ଅନ୍ୟ ଜଣେ ବ୍ୟକ୍ତିଙ୍କର ହସ୍ପିଟାଲରେ ମୃତ୍ୟୁ

ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande