ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.)-
ରାଜୀବ ପ୍ରତାପ ରୁଡି କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆର ପରିଚାଳନାରେ ତାଙ୍କର ୨୫ ବର୍ଷର ପୁରୁଣା
ପ୍ରାଧାନ୍ୟ ବଜାୟ ରଖିଛନ୍ତି। ମଙ୍ଗଳବାର ଦିନ ଅନୁଷ୍ଠିତ କନଷ୍ଟିଚ୍ୟୁସନ୍ କ୍ଲବ ସଚିବ ପଦ ପାଇଁ
ନିର୍ବାଚନରେବିଜେପି ନେତା
ରାଜୀବ ପ୍ରତାପ ରୁଡି ତାଙ୍କର ସହଯୋଗୀ ବିଜେପି ନେତା ସଞ୍ଜୀବ ବାଲିୟାନଙ୍କୁ ୧୦୦ ଭୋଟରେ ପରାସ୍ତ
କରିଛନ୍ତି। ଏହି ନିର୍ବାଚନରେ ଉଭୟଙ୍କ ମଧ୍ୟରେ ଏକ କଡା ପ୍ରତିଦ୍ୱନ୍ଦ୍ୱିତା ବୋଲି ବିବେଚନା
କରାଯାଉଥିଲା। ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ବିଜେପି ଏବଂ କଂଗ୍ରେସର ବରିଷ୍ଠ ନେତାମାନେ
ଭୋଟ ଦେଇଥିଲେ, ଯେଉଁଥିରେ ବିଜେପିର ଅମିତ ଶାହ, ଜେପି ନଡ୍ଡା ଏବଂ କଂଗ୍ରେସର ସୋନିଆ ଗାନ୍ଧୀଙ୍କ ସମେତ
ପ୍ରମୁଖ ସଦସ୍ୟମାନେ ସାମିଲ ଥିଲେ। ରାଜୀବ ପ୍ରତାପ ରୁଡି ୩୯୧ ଭୋଟ ପାଇଥିଲେ ଯେତେବେଳେ ତାଙ୍କ
ପ୍ରତିଦ୍ୱନ୍ଦ୍ୱୀ ସଞ୍ଜୀବ ବାଲିୟାନ୍ ୨୯୧ ଭୋଟ ପାଇଥିଲେ।କ୍ରୀଡା ସଚିବ ପଦ ପାଇଁ ରାଜୀବ ଶୁକ୍ଳା, ସଂସ୍କୃତି ସଚିବ ପଦ ପାଇଁ ତିରୁଚି ଶିବା ଏବଂ
କୋଷାଧ୍ୟକ୍ଷ ପଦ ପାଇଁ ଜିତେନ୍ଦ୍ର ରେଡ୍ଡି ନିର୍ବିରୋଧରେ ନିର୍ବାଚିତ ହୋଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା