ରାଜସ୍ଥାନର ଦୌସାରେ ସଡ଼କ ଦୁର୍ଘଟଣା, ଖାଟୁଶ୍ୟାମଙ୍କ ଦର୍ଶନ କରି ଫେରୁଥିବା ୧୧ ଭକ୍ତଙ୍କ ମୃତ୍ୟୁ
ଜୟପୁର, ୧୩ ଅଗଷ୍ଟ (ହି.ସ.)- ରାଜସ୍ଥାନର ଦୌସା ଜିଲ୍ଲାରେ ବୁଧବାର ଭୋର ପ୍ରାୟ ୪ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଭକ୍ତଙ୍କ ମୃତ୍ୟୁ ଘଟିଛି। ଦୌସା-ମନୋହପୁର ରାସ୍ତାର ବାପି ନିକଟରେ ଏକ କଣ୍ଟେନର ଏବଂ ଯାତ୍ରୀବାହୀ ପିକଅପ୍ ମଧ୍ୟରେ ଭୟଙ୍କର ଧକ୍କା ହେବା ଫଳରେ
ରାଜସ୍ଥାନର ଦୌସାରେ ସଡ଼କ ଦୁର୍ଘଟଣା, ଖାଟୁଶ୍ୟାମଙ୍କ ଦର୍ଶନ କରି ଫେରୁଥିବା ୧୧ ଭକ୍ତଙ୍କ ମୃତ୍ୟୁ


ଜୟପୁର, ୧୩ ଅଗଷ୍ଟ (ହି.ସ.)- ରାଜସ୍ଥାନର ଦୌସା ଜିଲ୍ଲାରେ ବୁଧବାର

ଭୋର ପ୍ରାୟ ୪ଟା ସମୟରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ୧୧ ଭକ୍ତଙ୍କ ମୃତ୍ୟୁ ଘଟିଛି।

ଦୌସା-ମନୋହପୁର ରାସ୍ତାର ବାପି ନିକଟରେ ଏକ କଣ୍ଟେନର ଏବଂ ଯାତ୍ରୀବାହୀ ପିକଅପ୍ ମଧ୍ୟରେ ଭୟଙ୍କର

ଧକ୍କା ହେବା ଫଳରେ ଘଟଣାସ୍ଥଳରେ ୧୦ ଜଣଙ୍କର ମୃତ୍ୟୁ ଘଟିଛି। ଜଣେ ମହିଳା ଭକ୍ତଙ୍କ ଜୟପୁରର

ଏସଏମଏସ୍ ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁ ହୋଇଛି। ସମସ୍ତେ ଉତ୍ତର ପ୍ରଦେଶର କାସଗଞ୍ଜ

(ଏଟା)ର ବାସିନ୍ଦା। ଏହି ଲୋକମାନେ ଖଟୁଶ୍ୟାମଙ୍କ ଦର୍ଶନ କରି ଫେରୁଥିଲେ।ଦୌସା ଜିଲ୍ଲା

କଲେକ୍ଟର ଦେବେନ୍ଦ୍ର କୁମାର କହିଛନ୍ତି ଯେ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ବାପି ନିକଟରେ ହୋଇଥିବା ଏକ ଦୁର୍ଘଟଣାରେ ୧୧ ଜଣଙ୍କର

ମୃତ୍ୟୁ ହୋଇଛି। ୯ ଜଣଙ୍କୁ ଚିକିତ୍ସା ପାଇଁ ରେଫର କରାଯାଇଛି ଏବଂ ୩ ଜଣଙ୍କୁ ଜିଲ୍ଲା

ହସ୍ପିଟାଲରେ ଚିକିତ୍ସା କରାଯାଉଛି। ଏହି ଦୁର୍ଘଟଣା ଏକ ଯାତ୍ରୀବାହୀ ପିକଅପ୍ ଏବଂ ଏକ କଣ୍ଟେନର

ମଧ୍ୟରେ ଘଟିଛି। ଦୌସା ପୋଲିସ କହିଛି ଯେ ସମସ୍ତ ଭକ୍ତ ଖାଟୁଶ୍ୟାମ ଏବଂ ସାଲାସର ଦର୍ଶନ ପରେ

ଉତ୍ତର ପ୍ରଦେଶରେ ଥିବା ନିଜ ଘରକୁ ଯାଉଥିଲେ। ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ କଣ୍ଟେନରଟି

ପିକଅପ୍‌କୁ ପଛରୁ ଧକ୍କା ଦେଇଥିଲା। ପିକଅପ୍‌ରେ ୨୨ ରୁ ଅଧିକ ଭକ୍ତ ଥିଲେ। ସେମାନଙ୍କ ମଧ୍ୟରୁ

ଦଶ ଜଣଙ୍କର ମୃତ୍ୟୁ ଦୌସାରେ ହୋଇଥିଲା। ଏହି ସମୟରେ, ଜଣେ ଗୁରୁତର

ଆହତଙ୍କୁଜୟପୁରର ଏସଏମଏସହସ୍ପିଟାଲରେ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ସାତ ଜଣ ଶିଶୁ ଏବଂ ଚାରି

ଜଣ ମହିଳାଙ୍କ ମୃତ୍ୟୁ ହୋଇଛି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande