ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ କିମ୍ ୟଙ୍ଗ ଭେଟିଛନ୍ତି ରାଷ୍ଟ୍ରପତି ମୁର୍ମୁଙ୍କୁ
ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.)- ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗଣ କିମ୍ ୟଙ୍ଗଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ବୁଧବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଭାରତ-ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବ
ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ କିମ୍ ୟଙ୍ଗ ଭେଟିଛନ୍ତି ରାଷ୍ଟ୍ରପତି ମୁର୍ମୁଙ୍କୁ


ନୂଆଦିଲ୍ଲୀ, ୧୩ ଅଗଷ୍ଟ (ହି.ସ.)- ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ଏବଂ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ଗଣ କିମ୍ ୟଙ୍ଗଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳ ବୁଧବାର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଭାରତ-ସିଙ୍ଗାପୁର ମନ୍ତ୍ରୀସ୍ତରୀୟ ଗୋଲଟେବୁଲ ବୈଠକର ତୃତୀୟ ସଂସ୍କରଣରେ ଅଂଶଗ୍ରହଣ କରିବା ପାଇଁ ଏହି ପ୍ରତିନିଧିମଣ୍ଡଳ ଭାରତ ଗସ୍ତରେ ଅଛନ୍ତି।

ରାଷ୍ଟ୍ରପତି ପ୍ରତିନିଧିମଣ୍ଡଳକୁ ସ୍ୱାଗତ ଜଣାଇ କହିଛନ୍ତି ଯେ ବିଶ୍ୱ ସ୍ତରରେ ଅନିଶ୍ଚିତତା ସତ୍ୱେ, ଭାରତ ଏବଂ ସିଙ୍ଗାପୁର ମଧ୍ୟରେ ବ୍ୟାପକ ରଣନୈତିକ ସହଭାଗୀତା ନିରନ୍ତର ଅଗ୍ରଗତି କରୁଛି। ଚଳିତ ବର୍ଷ ଆରମ୍ଭରେ ସିଙ୍ଗାପୁର ରାଷ୍ଟ୍ରପତି ଥରମନ ଶନମୁଗରତ୍ନମଙ୍କ ଭାରତ ଗସ୍ତକୁ ମନେ ପକାଇ ସେ କହିଛନ୍ତି ଯେ ଏହି ଗସ୍ତ ଦୁଇ ଦେଶ ମଧ୍ୟରେ କୂଟନୈତିକ ସମ୍ପର୍କର ୬୦ତମ ବାର୍ଷିକୀ ଅବସରରେ ହୋଇଥିଲା।

ରାଷ୍ଟ୍ରପତି କହିଛନ୍ତି ଯେ ଆଇଏସଏନଆର ଭଳି ନିୟମିତ ଉଚ୍ଚସ୍ତରୀୟ ବୈଠକ ଏବଂ ମଂଚ ମାଧ୍ୟମରେ ଭାରତ-ସିଙ୍ଗାପୁର ସମ୍ପର୍କ ନୂତନ ଦିଗ ଏବଂ ଗତି ପାଉଛି। ଜମ୍ମୁ ଏବଂ କାଶ୍ମୀରର ପହଲଗାମରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ କଡ଼ା ନିନ୍ଦା କରିବା ପାଇଁ ସିଙ୍ଗାପୁରର ସ୍ପଷ୍ଟ ଏବଂ ଦୃଢ଼ ପ୍ରତିକ୍ରିୟାକୁ ସେ ପ୍ରଶଂସା କରିଛନ୍ତି।

ସେ କହିଛନ୍ତି ଯେ ସିଙ୍ଗାପୁର ଭାରତର 'ଆକ୍ଟ ଇଷ୍ଟ ପଲିସି', 'ମହାସାଗର ଭିଜନ' ଏବଂ 'ଇଣ୍ଡୋ-ପେସିଫିକ ଭିଜନ'ରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ବାଣିଜ୍ୟ, ନିବେଶ, ପ୍ରତିରକ୍ଷା, ସଂସ୍କୃତି, ଶିକ୍ଷା ଏବଂ ଜନସମ୍ପର୍କ କ୍ଷେତ୍ରରେ ଦୁଇ ଦେଶର ଗଭୀର ଏବଂ ଦୃଢ଼ ସମ୍ପର୍କ ରହିଛି। ରାଷ୍ଟ୍ରପତି ସନ୍ତୋଷ ପ୍ରକାଶ କରିଛନ୍ତି ଯେ ବର୍ତମାନ ଏହି ସହଭାଗୀତା ଦକ୍ଷତା ବିକାଶ, ସବୁଜ ଅର୍ଥନୀତି ଏବଂ ଫିନଟେକ୍ ଭଳି ନୂତନ ଏବଂ ଉଦୀୟମାନ କ୍ଷେତ୍ରରେ ମଧ୍ୟ ବିସ୍ତାରିତ ହେଉଛି, ଯାହା ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବ।

---------

---------------

ହିନ୍ଦୁସ୍ଥାନ ସମାଚାର / ଗଗନ


 rajesh pande