ଡୋନବାସରୁ ସେନା ପ୍ରତ୍ୟାହାର କରିବ ନାହିଁ ୟୁକ୍ରେନ - ରାଷ୍ଟ୍ରପତି ଜେଲେନ୍ସକି
କିଭ୍, ୧୩ ଅଗଷ୍ଟ (ହି.ସ)- ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ମଙ୍ଗଳବାର ସ୍ପଷ୍ଟ କରିଛନ୍ତି ଯେ ସେ ରୁଷର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବେ, ଯେଉଁଥିରେ ୟୁକ୍ରେନକୁ ପୂର୍ବ ଡୋନବାସ ଅଞ୍ଚଳରୁ ତାର ସେନା ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଜେଲେନ୍ସକି କହିଛନ୍ତି ଯ
ଡୋନବାସରୁ ସେନା ପ୍ରତ୍ୟାହାର କରିବ ନାହିଁ ୟୁକ୍ରେନ - ରାଷ୍ଟ୍ରପତି ଜେଲେନ୍ସକି


କିଭ୍, ୧୩ ଅଗଷ୍ଟ (ହି.ସ)- ୟୁକ୍ରେନ ରାଷ୍ଟ୍ରପତି ଭ୍ଲାଦିମିର ଜେଲେନସ୍କି ମଙ୍ଗଳବାର

ସ୍ପଷ୍ଟ କରିଛନ୍ତି ଯେ ସେ ରୁଷର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବେ, ଯେଉଁଥିରେ ୟୁକ୍ରେନକୁ ପୂର୍ବ ଡୋନବାସ ଅଞ୍ଚଳରୁ ତାର

ସେନା ପ୍ରତ୍ୟାହାର କରିବାକୁ ଦାବି କରାଯାଇଛି। ଜେଲେନ୍ସକି କହିଛନ୍ତି ଯେ ଏପରି କରିବା ଦ୍ୱାରା

ୟୁକ୍ରେନ ତାର ଦୃଢ଼ ପ୍ରତିରକ୍ଷା ରେଖା ହରାଇବ ଏବଂ ରୁଷ ଆହୁରି ଆକ୍ରମଣାତ୍ମକ କାର୍ଯ୍ୟ ପାଇଁ

ଏକ ଖୋଲା ରାସ୍ତା ପାଇବ।ରାଷ୍ଟ୍ରପତି ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଆଞ୍ଚଳିକ ପ୍ରସଙ୍ଗ

ଉପରେ ଆଲୋଚନା କେବଳ ସେତେବେଳେ ହୋଇପାରିବ ଯଦି ରୁଷ ଯୁଦ୍ଧବିରତି ପାଇଁ ରାଜି ହୁଏ ଏବଂ ୟୁକ୍ରେନ

ପାଇଁ କଠିନ ସୁରକ୍ଷା ଗ୍ୟାରେଣ୍ଟି ସେହି ଆଲୋଚନାର ଅଂଶ ହୁଏ। ସେ ଜୋର ଦେଇ କହିଛନ୍ତି ଯେ

ୟୁକ୍ରେନ ସହ ଜଡିତ ଯେକୌଣସି ଆଲୋଚନାରେ ୟୁକ୍ରେନର ଅଂଶଗ୍ରହଣ ବାଧ୍ୟତାମୂଳକ।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande