ନୂଆଦିଲ୍ଲୀ, 13 ଅଗଷ୍ଟ (ହି.ସ.)
-ବୁଧବାର ଦିନ
କେନ୍ଦ୍ରୀୟ ଗୃହ ଓ ସହକାରିତା ମନ୍ତ୍ରୀ ଅମିତ ଶାହା ତାଙ୍କ ବାସଭବନ ପତ୍ନୀ ସୋନାଲ ଶାହାଙ୍କ ସହ
ମିଶି ‘ହର ଘର ତିରଙ୍ଗା’ ଅଭିଯାନର
ଅଂଶ ଭାବେ ଜାତୀୟ ପତାକା ତିରଙ୍ଗା ଉଡାଇଛନ୍ତି ।
ଏକ୍ସରେ ଏକ ପୋଷ୍ଟରେ ଅମିତ
ଶାହା କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର
ମୋଦୀଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ‘ହର ଘର
ତିରଙ୍ଗା’ ଅଭିଯାନ ଆଜି ଦେଶକୁ ଏକତାର ସୂତ୍ରରେ ବାନ୍ଧିବା ଏବଂ ଦେଶପ୍ରେମର
ଭାବନାକୁ ଆଉ ଅଧିକ ଶକ୍ତିଶାଳୀ କରିବା ଏକ ଜନ-ଅଭିଯାନ ହୋଇଯାଇଛି।
ଏହି ଅଭିଯାନ ଦର୍ଶାଉଛି ଯେ
ଅସଂଖ୍ୟ ସ୍ୱାଧୀନତା ସଂଗ୍ରାମୀ ତାଙ୍କର ତ୍ୟାଗ, ତପସ୍ୟା
ଓ ସମର୍ପଣ ଦ୍ୱାରା ଯେ ସ୍ୱାଧୀନ ଭାରତର ସ୍ୱପ୍ନ ଦେଖିଥିଲେ, ତାହାକୁ ବିକାଶଶୀଳ ଓ ସର୍ବୋତ୍ତମ ଭାରତ ରୂପେ ଗଠନ କରିବା ପାଇଁ ୧୪୦ କୋଟି ଭାରତବାସୀ
ପ୍ରତିବଦ୍ଧ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା