ପାକିସ୍ଥାନୀ ନେତାଙ୍କ ବୟାନ ଉପରେ ଭାରତର ଚେତାବନୀ – ଯେକୌଣସି ଦୁଃସାହସର ପରିଣାମ ଯନ୍ତ୍ରଣାଦାୟକ ହେବ
ନୂଆଦିଲ୍ଲୀ, ୧୪ ଅଗଷ୍ଟ (ହି.ସ.) – ଭାରତ ପାକିସ୍ଥାନର ନେତାମାନଙ୍କୁ ସେମାନଙ୍କୁ ସେମାନଙ୍କର ବକ୍ତବ୍ୟରେ ସଂଯମ ରହିବାକୁ ପରାମର୍ଶ ଦେଇଛି । ଏହା ସହିତ ଚେତାବନୀ ଦେଇଛି ଯେ,ପଡ଼ୋଶୀ ଦେଶର ଯେକୌଣସି ଭୁଲ୍ କାର୍ଯ୍ୟର ପରିଣାମ ଯନ୍ତ୍ରଣାଦାୟକ ହେବ । ସାମ୍ପ୍ରତିକ ଅପରେସନ୍ ସିନ୍ଦୁର ଏହାର ଏକ ସ୍ପଷ୍ଟ ଉଦାହରଣ
ପାକିସ୍ଥାନୀ ନେତାଙ୍କ ବୟାନ ଉପରେ ଭାରତର ଚେତାବନୀ – ଯେକୌଣସି ଦୁଃସାହସର ପରିଣାମ ଯନ୍ତ୍ରଣାଦାୟକ ହେବ


ନୂଆଦିଲ୍ଲୀ, ୧୪ ଅଗଷ୍ଟ (ହି.ସ.) – ଭାରତ ପାକିସ୍ଥାନର ନେତାମାନଙ୍କୁ ସେମାନଙ୍କୁ ସେମାନଙ୍କର ବକ୍ତବ୍ୟରେ ସଂଯମ ରହିବାକୁ ପରାମର୍ଶ ଦେଇଛି । ଏହା ସହିତ ଚେତାବନୀ ଦେଇଛି ଯେ,ପଡ଼ୋଶୀ ଦେଶର ଯେକୌଣସି ଭୁଲ୍ କାର୍ଯ୍ୟର ପରିଣାମ ଯନ୍ତ୍ରଣାଦାୟକ ହେବ । ସାମ୍ପ୍ରତିକ ଅପରେସନ୍ ସିନ୍ଦୁର ଏହାର ଏକ ସ୍ପଷ୍ଟ ଉଦାହରଣ ଉପସ୍ଥାପନ କରିଛି ।

ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ଏକ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀରେ ଉପରୋକ କଥା କହିଛନ୍ତି । ସେ କହିଛନ୍ତି ଯେ, ସମ୍ପ୍ରତି ପାକିସ୍ଥାନର ନେତାମାନେ ଭାରତ ବିରୁଦ୍ଧରେ ବେପରୁଆ, ଯୁଦ୍ଧପ୍ରିୟ ଏବଂ ଘୃଣାପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି । ନିଜର ବିଫଳତାକୁ ଲୁଚାଇବା ପାଇଁ ବାରମ୍ବାର ଭାରତ ବିରୋଧି ବୟାନ ଦେବା ପାକିସ୍ଥାନୀ ନେତୃତ୍ୱର ଅଭ୍ୟାସ । ମୁଖପାତ୍ର କହିଛନ୍ତି ଯେ, ପାକିସ୍ଥାନକୁ ତାର ବୟାନବାଜିରେ ସଂଯମ ରହିବାକୁ ପରାମର୍ଶ ଦିଆଯାଇଛି କାରଣ ଯେକୌଣସି ଦୁଃସାହସିକ କାର୍ଯ୍ୟର ପରିଣାମ ଯନ୍ତ୍ରଣାଦାୟକ ହେବ ଯେପରି ସମ୍ପ୍ରତି ଦେଖାଯାଇଛି । ଭାରତ ଆହୁରି ସ୍ପଷ୍ଟ କରିଛି ଯେ, ସେ କେବେ ବି ସିନ୍ଧୁ ଜଳ ଚୁକ୍ତିନାମା ଉପରେ ମଧ୍ୟସ୍ଥତା ଅଦାଲତର ବୈଧତ, ଉପଯୁକ୍ତତା କିମ୍ବା କ୍ଷମତାକୁ ଗ୍ରହଣ କରିନାହିଁ । ତେଣୁ ଏହାର ନିଷ୍ପତି ଗୁଡ଼ିକ ଅତ୍ୟନ୍ତ ଅସାଧାରଣ ଏବଂ ଆଇନଗତ ପ୍ରଭାବହୀନ ଏବଂ ଭାରତର ଜଳ ବ୍ୟବହାର ଅଧିକାରକୁ ପ୍ରଭାବିତ କରେ ନାହିଁ ।

ହିନ୍ଦୁସ୍ଥାନ ସମାଚାର / ଭାନୁ ଚରଣ


 rajesh pande