ନୂଆଦିଲ୍ଲୀ, 14 ଅଗଷ୍ଟ (ହି.ସ.)
- କେନ୍ଦ୍ରୀୟ
ଗୃହମନ୍ତ୍ରୀ ଅମିତ ଶାହ ଗୁରୁବାର ଦିନ ଜମ୍ମୁ-କାଶ୍ମୀରର କିଶ୍ତୱାଡ଼ ଜିଲ୍ଲାରେ ବାଦଲ ଫାଟିବା ଘଟଣାରେ ଗୁରୁତର
ଚିନ୍ତା ବ୍ୟକ୍ତ କରିଛନ୍ତି। ସେ ଜମ୍ମୁ-କାଶ୍ମୀରର
ଉପରାଜ୍ୟପାଳ ମନୋଜ ସିନ୍ହା ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଉମର ଅବଦୁଲାଙ୍କ ସହିତ ଫୋନ୍ରେ କଥା
ହୋଇ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ନେଇଛନ୍ତି ଏବଂ ଆବଶ୍ୟକ ଲୋକଙ୍କୁ ଯଥାସମ୍ଭବ ସମସ୍ତ ସାହାଯ୍ୟ
ଦେବାକୁ ଆଶ୍ୱାସନା ଦେଇଛନ୍ତି ।
ଗୁରୁବାର ଦିନ ଗୃହମନ୍ତ୍ରୀ
ଅମିତ ଶାହ ଏକ୍ସରେ ଏକ ପୋଷ୍ଟ କରି କହିଛନ୍ତି ଯେ, ସ୍ଥାନୀୟ ପ୍ରଶାସନ ରେସକ୍ୟୁ କାର୍ଯ୍ୟରେ ଲାଗିଛି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରତିକ୍ରିୟା ବଳକୁ
ତୁରନ୍ତ ପ୍ରଭାବିତ ସ୍ଥଳକୁ ପଠାଯାଇଛି। ଆମେ ପରିସ୍ଥିତି ଉପରେ ନଜର ରଖିଛୁ ଏବଂ
ଜମ୍ମୁ-କାଶ୍ମୀରର ଲୋକଙ୍କ ସହ ଆମେ ପ୍ରତି ସମୟରେ ଦୃଢ ଭାବେ ରହିଛୁ ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା