ପୋଲିସ, ଅଗ୍ନିଶମ, ହୋମଗାର୍ଡ ଓ ଅନ୍ୟ 1090 କର୍ମୀଙ୍କୁ ବୀରତା ଏବଂ ସେବା ପଦକ
ନୂଆଦିଲ୍ଲୀ, 14 ଅଗଷ୍ଟ (ହି.ସ.)-ସ୍ୱାଧୀନତା ଦିବସ ଅବସରରେ ଏଥର ପୁଲିସ, ଅଗ୍ନିଶମ, ହୋମ୍‌ ଗାର୍ଡ, ନାଗରିକ ସୁରକ୍ଷା ଏବଂ ସୁଧାରତ୍ମକ ସେବାର ୧୦୯୦ ଜଣ କର୍ମଚାରୀଙ୍କୁ ବୀରତା ଏବଂ ସେବା ପଦକ ଦ୍ୱାରା ସମ୍ମାନିତ କରାଯାଇଛି। ଏଥିରେ ୨୩୩ ଜଣଙ୍କୁ ବୀରତା ପଦକ, ୯୯ ଜଣଙ୍କୁ
ପୋଲିସ, ଅଗ୍ନିଶମ,     ହୋମଗାର୍ଡ ଓ ଅନ୍ୟ 1090 କର୍ମୀଙ୍କୁ ବୀରତା ଏବଂ ସେବା ପଦକ


ନୂଆଦିଲ୍ଲୀ, 14 ଅଗଷ୍ଟ (ହି.ସ.)-ସ୍ୱାଧୀନତା ଦିବସ ଅବସରରେ ଏଥର ପୁଲିସ,

ଅଗ୍ନିଶମ, ହୋମ୍‌ ଗାର୍ଡ, ନାଗରିକ ସୁରକ୍ଷା

ଏବଂ ସୁଧାରତ୍ମକ ସେବାର ୧୦୯୦ ଜଣ କର୍ମଚାରୀଙ୍କୁ ବୀରତା ଏବଂ ସେବା ପଦକ ଦ୍ୱାରା ସମ୍ମାନିତ କରାଯାଇଛି। ଏଥିରେ ୨୩୩

ଜଣଙ୍କୁ ବୀରତା ପଦକ, ୯୯ ଜଣଙ୍କୁ

ରାଷ୍ଟ୍ରପତି ପଦକ (ବିଶିଷ୍ଟ ସେବା) ଏବଂ ୭୫୮ ଜଣଙ୍କୁ ମେଧାବୀ ସେବା ପଦକ ପ୍ରଦାନ କରାଯାଇଛି।

କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ

ଏକ ବିଜ୍ଞପ୍ତି ମାଧ୍ୟମରେ ଏହି ସୂଚନା ଦେଇଛି। ମନ୍ତ୍ରାଳୟ ଅନୁଯାୟୀ,

୨୩୩ ଜଣ କର୍ମଚାରୀଙ୍କୁ ବୀରତା ପଦକ ପ୍ରଦାନ କରାଯାଇଛି,

ଯାହାରେ ୨୨୬ ପୁଲିସ,

ଛଅ ଅଗ୍ନିଶମ ସେବା ଏବଂ ଗୋଟିଏ ହୋମ୍ ଗାର୍ଡ ଓ ନାଗରିକ

ସୁରକ୍ଷା କର୍ମଚାରୀ ଅଛନ୍ତି। ବୀରତା ପଦକ ପ୍ରାପ୍ତମାନଙ୍କ ମଧ୍ୟରୁ ୧୫୨ ଜଣ ଜମ୍ମୁ-କାଶ୍ମୀର,

୫୪ ଜଣ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ,

ତିନି ଜଣ ପୂର୍ବୋତ୍ତର ଓ ୨୪ ଜଣ ଅନ୍ୟାନ୍ୟ ଅଞ୍ଚଳରୁ ଅଛନ୍ତି।

ବିଶିଷ୍ଟ ସେବା ପାଇଁ

ରାଷ୍ଟ୍ରପତି ପଦକ ୯୯ ଜଣ କର୍ମଚାରୀଙ୍କୁ ମିଳିଛି। ଏଥିରେ ୮୯ ପୁଲିସ,

ପାଞ୍ଚ ଅଗ୍ନିଶମ ସେବା,

ତିନି ହୋମ୍ ଗାର୍ଡ ଏବଂ ନାଗରିକ ସୁରକ୍ଷା,

ଦୁଇ ଜଣ ସୁଧାରତ୍ମକ ସେବା କର୍ମଚାରୀ ଅଛନ୍ତି।

ମେଧାବୀ ସେବା ପଦକ୭୫୮ ଜଣ କର୍ମଚାରୀଙ୍କୁ ପ୍ରଦାନ କରାଯାଇଛି,

ଏଥିରେ ୬୩୫ ପୁଲିସ, ୫୧ ଅଗ୍ନିଶମ ସେବା, ୪୧ ହୋମ୍ ଗାର୍ଡ

ଏବଂ ନାଗରିକ ସୁରକ୍ଷା, 31 ଜଣ ସୁଧାରାତ୍ମକ

ସେବା କର୍ମଚାରୀ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande