ଅଲମ୍ପିକ ବ୍ରୋଂଜ ମେଡାଲିଷ୍ଟ ଡ.ଭିସେ ପେସଙ୍କ ବିୟୋଗରେ ହକି ଇଣ୍ଡିଆ ପକ୍ଷରୁ ଶୋକ
ନୂଆଦିଲ୍ଲୀ, 14 ଅଗଷ୍ଟ (ହି.ସ.)- ହକି ଇଣ୍ଡିଆ ଭାରତୀୟ ହକିର ସୁବର୍ଣ୍ଣ ଯୁଗର ମିଡଫିଲ୍ଡର ଓ 1972 ମ୍ୟୁନିଖ ଅଲିମ୍ପିକରେ ବ୍ରୋଞ୍ଜ ପଦକ ଜିତିଥିବା ଟିମର ଏକ ଅଂଶ ଥିବା ଡ. ଭିସେ ପେସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି। ୮୦ ବର୍ଷୀୟ ଡ. ପେସ କେବଳ ଖେଳରେ ନୁହେଁ, ବ
ଅଲମ୍ପିକ ବ୍ରୋଂଜ     ମେଡାଲିଷ୍ଟ ଡ.ଭିସେ ପେସଙ୍କ ବିୟୋଗରେ ହକି ଇଣ୍ଡିଆ ପକ୍ଷରୁ ଶୋକ


ନୂଆଦିଲ୍ଲୀ, 14 ଅଗଷ୍ଟ (ହି.ସ.)- ହକି ଇଣ୍ଡିଆ

ଭାରତୀୟ ହକିର ସୁବର୍ଣ୍ଣ ଯୁଗର ମିଡଫିଲ୍ଡର ଓ 1972 ମ୍ୟୁନିଖ ଅଲିମ୍ପିକରେ ବ୍ରୋଞ୍ଜ ପଦକ

ଜିତିଥିବା ଟିମର ଏକ ଅଂଶ ଥିବା ଡ. ଭିସେ ପେସଙ୍କ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛି। ୮୦

ବର୍ଷୀୟ ଡ. ପେସ କେବଳ ଖେଳରେ ନୁହେଁ, ବରଂ ଖେଳ ବିଜ୍ଞାନରେ ମଧ୍ୟ ଅତୁଳନୀୟ ଅବଦାନ ଦେଇଛନ୍ତି ଏବଂ ଅନେକ

ଖେଳାଳି ଓ ଖେଳ ପ୍ରେମୀଙ୍କୁ ପ୍ରେରଣା ଦେଇଛନ୍ତି।

ହକି ଇଣ୍ଡିଆର ଅଧ୍ୟକ୍ଷ ଡ଼ା.

ଦିଲୀପ ତିର୍କି ଏକ ଶୋକ ବାର୍ତ୍ତା ଜାରି କରି କହିଛନ୍ତି, ଆଜି ହକି ଇଣ୍ଡିଆ ପାଇଁ ଏକ ଅତ୍ୟନ୍ତ ଦୁଃଖଦ ଦିନ। ଡ. ପେସଙ୍କ ପରଲୋକ

ଭାରତୀୟ ହକିର ଗୋଟିଏ ସୁବର୍ଣ୍ଣ ଯୁଗର ଅନ୍ତ ଅଟେ। ମ୍ୟୁନିଖ ଅଲିମ୍ପିକର ପଦକ ତାଙ୍କ ଧୈର୍ଯ୍ୟ ଓ

ଦୃଢ଼ ସଂକଳ୍ପର ପ୍ରମାଣ। ମୁଁ ସେଥିପାଇଁ କିଛିଥର ତାଙ୍କୁ ଭେଟିଥିଲି ଓ ତାଙ୍କର ଖେଳ ପ୍ରତି ଉତ୍ସାହ

ସବୁବେଳେ ଆମକୁ ପ୍ରେରଣା ଦେଇଥିଲା। ସେ ଦେଶରେ ଖେଳ ସଂସ୍କୃତିକୁ ବଢ଼ାଇବାରେ ଜଣେ ଗଭୀର ସମର୍ଥକ

ଥିଲେ। ହକି ଇଣ୍ଡିଆ ପକ୍ଷରୁ ତାଙ୍କର ପତ୍ନୀ ଜେନିଫର, ପୁଅ ଲିୟାଣ୍ଡର ଓ ସମସ୍ତ ପରିବାର ପ୍ରତି ଗଭୀର ସହାନୁଭୂତି

ଜଣାଉଛୁ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande