ଜମ୍ମୁ-କଶ୍ମୀରର କିସ୍ତୱାଡରେ ଫାଟିଲା ବାଦଲ, 10ଜଣ ମୃତ୍ୟୁବରଣ କରିଥିବା ଆଶଙ୍କା
କିସ୍ତୱାଡ, 14 ଅଗଷ୍ଟ (ହି.ସ.)- ଜମ୍ମୁ-କାଶ୍ମୀରର କିଶ୍ତୱାଡ଼ ଜିଲ୍ଲାରେ ଗୁରୁବାର ଦିନ ମଚୈଲ ମାତା ଯାତ୍ରା ପଥରେ ଥିବା ସୁଦୂର ଗ୍ରାମ ଚସୋତିରେ ବାଦଲ ଫାଟିବା କାରଣରୁ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି। ଘଟଣା ପରେ ମନ୍ଦିରର ବାର୍ଷିକ ଯାତ୍ରା
ଜମ୍ମୁ-କଶ୍ମୀରର କିସ୍ତୱାଡରେ     ଫାଟିଲା ବାଦଲ, 10ଜଣ ମୃତ୍ୟୁବରଣ କରିଥିବା ଆଶଙ୍କା


କିସ୍ତୱାଡ, 14 ଅଗଷ୍ଟ (ହି.ସ.)- ଜମ୍ମୁ-କାଶ୍ମୀରର

କିଶ୍ତୱାଡ଼ ଜିଲ୍ଲାରେ ଗୁରୁବାର

ଦିନ ମଚୈଲ ମାତା ଯାତ୍ରା ପଥରେ ଥିବା ସୁଦୂର ଗ୍ରାମ ଚସୋତିରେ ବାଦଲ ଫାଟିବା କାରଣରୁ ଅତି କମରେ

୧୦ ଜଣଙ୍କ ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି। ଘଟଣା ପରେ ମନ୍ଦିରର ବାର୍ଷିକ ଯାତ୍ରା

ସ୍ଥଗିତ କରାଯାଇଛି ଏବଂ ଅଧିକାରୀମାନେ ଉଦ୍ଧାର ଓ ରିଲିଫ

କାର୍ଯ୍ୟ ଚାଲାଇବା ପାଇଁ ଘଟଣାସ୍ଥଳକୁ ଯାତ୍ରା କରିଛନ୍ତି। ଉପରାଜ୍ୟପାଳ ମନୋଜ ସିହ୍ନା ଏହି

ଘଟଣାରେ ଜୀବନ ଓ ସମ୍ପତ୍ତିର କ୍ଷତି ପାଇଁ ଦୁଃଖ ବ୍ୟକ୍ତ କରିଛନ୍ତି।

କିଶ୍ତୱାଡ଼ ଜିଲ୍ଲାର ପଡ଼ଡ଼ର ଅଞ୍ଚଳର ଚସୋତି ଗ୍ରାମରେ

ବାଦଲ ଫାଟିବା ସୂଚନା ମିଳିଛି। ସ୍ଥାନୀୟ

ସୂତ୍ରମାନଙ୍କ ଅନୁସାରେ, ମନ୍ଦିର ଯାଉଥିବା

ରାସ୍ତାରେ ଥିବା ଶେଷ ଯାତାୟତ ଅଞ୍ଚଳରେ 200-300 ଲୋକ ଫସିଥିବାର ଆଶଙ୍କା କରାଯାଉଛି।

ଅଧିକାରୀମାନେ କହିଛନ୍ତି ଯେ

କିଶ୍ତୱାଡ଼ ଜିଲ୍ଲାପାଳ

ପଙ୍କଜ କୁମାର ଶର୍ମା ଓ ବରିଷ୍ଠ ପୁଲିସ ଅଧୀକ୍ଷକ ନରେଶ ସିଂହ ମଧ୍ୟ ଉଦ୍ଧାର କାର୍ଯ୍ୟର

ନିରୀକ୍ଷଣ ପାଇଁ ବାଦଲ ଫାଟିଥିବା ଅଞ୍ଚଳକୁ ଯାଉଛନ୍ତି।

ତେବେ,

ପଡ଼ଡ଼ର ଉପ-ମଣ୍ଡଳ ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ଏକ ଅଧିକାରୀ ଦଳ ଘଟଣାସ୍ଥଳକୁ ପହଞ୍ଚିଛି

ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କ

ମୃତ୍ୟୁ ହୋଇଥିବାର ଆଶଙ୍କା କରାଯାଉଛି।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande