ମୁମ୍ବାଇ, 14 ଅଗଷ୍ଟ (ହି.ସ.)- ଭାରତୀୟ ପାଣିପାଗ
ବିଜ୍ଞାନ ବିଭାଗ ଗୁରୁବାର ଦିନ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଚେତାବନୀ
ଜାରି କରିଛି। ଏହା ସହିତ ମୁମ୍ବାଇ ପାଇଁ ଏକ ୟେଲୋ ଆଲର୍ଟ ମଧ୍ୟ ଜାରି କରାଯାଇଛି।
ଆଜି ସକାଳୁ ଆରମ୍ଭ ହୋଇଥିବା ବର୍ଷାରୁ ମୁମ୍ବାଇରେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି।
ବିଭାଗ ଆଜି ଅର୍ଥାତ୍ 16 ଓ
17 ଅଗଷ୍ଟ ପାଇଁ ରାୟଗଡ଼, ରତ୍ନାଗିରି,
ପୁଣେର ଘାଟ ଅଞ୍ଚଳ, କୋଲ୍ହାପୁର ଓ ସତାରା ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି କରିଛି,
ଯାହାଦ୍ୱାରା ଏହି ଅଞ୍ଚଳରେ ଅତିପ୍ରବଳ ବର୍ଷା ହେବାର
ସମ୍ଭାବନା ଅଛି। ବିପର୍ଯ୍ୟୟ ପ୍ରବନ୍ଧନ ବିଭାଗ ଏହି ଜିଲ୍ଲାଗୁଡ଼ିକର ଜିଲ୍ଲା ପ୍ରଶାସନକୁ ଆଲର୍ଟ
ମୋଡ୍ରେ ରହିବାକୁ ନିର୍ଦ୍ଦେଶ ଦେଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା