ପାଟଣା, 14 ଅଗଷ୍ଟ (ହି.ସ.)-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୨ ଅଗଷ୍ଟରେ ବିହାର
ଆସିବେ। ସେ ବିହାରର ଗୟାଜି ଜିଲ୍ଲାର ବୋଧଗୟା ଅଞ୍ଚଳରେ ସ୍ଥିତ ମଗଧ ବିଶ୍ୱବିଦ୍ୟାଳୟ
ପ୍ରାଙ୍ଗଣରେ ଆୟୋଜିତ ଜନସଭାକୁ ସମ୍ବୋଧନ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରାୟ 1,675
କୋଟି ଟଙ୍କାର ଯୋଜନାର ଶିଳାନ୍ୟାସ ଓ ଉଦ୍ଘାଟନ କରିବେ।
ପ୍ରଧାନମନ୍ତ୍ରୀଙ୍କ ବିହାର ଆଗମନ ବିଷୟରେ ସୂଚନା ଦେଇ ହିନ୍ଦୁସ୍ଥାନ ଆୱାମ ମୋର୍ଚ୍ଚା
(ହମ୍)ର ଜାତୀୟ ଅଧ୍ୟକ୍ଷ ଏବଂ ନୀତିଶ ସରକାରରେ ଲଘୁ ଜଳସମ୍ପଦ ମନ୍ତ୍ରୀ ସନ୍ତୋଷ ସୁମନ କହିଛନ୍ତି
ଯେ, ପ୍ରଧାନମନ୍ତ୍ରୀଙ୍କ
ଏହି ଯାତ୍ରା ଗୟାଜିର ବିକାଶକୁ ଏକ ନୂଆ ଗତି ଦେବ। ସେ କହିଛନ୍ତି ଯେ, ‘ହମ୍’ ଦଳର ହଜାର ହଜାର କାର୍ଯ୍ୟକର୍ତ୍ତା ସ୍ୱାଗତ ଏବଂ ସଭା ସଫଳତା ପାଇଁ ପ୍ରସ୍ତୁତିରେ
ଲାଗିଛନ୍ତି। ଗୟାଜିର ଐତିହାସିକ ଓ ଧାର୍ମିକ ଗୁରୁତ୍ୱ ଥିବାକୁ ଦେଖି ଏହାର ବିକାଶକୁ ଏନ୍ଡିଏ
ସରକାରର ‘ବିରାସତ ଓ ବିକାଶ’ ଚିନ୍ତାଧାରାର ଗୁରୁତ୍ୱପୂର୍ଣ୍ଣ ଅଂଶ ବୋଲି କୁହାଯାଉଛି।
କାର୍ଯ୍ୟକ୍ରମ ସ୍ଥଳୀରେ ଜିଲ୍ଲା ପ୍ରଶାସନ ଓ ଏନ୍ଡିଏ ନେତାମାନେ ଜୋରଦାର ପ୍ରସ୍ତୁତି
କରୁଛନ୍ତି। ବିଜେପି ନେତାମାନଙ୍କ ଅନୁସାରେ, ସଭାସ୍ଥଳରେ 80x40 ଫୁଟ୍ର ଏକ
ଭବ୍ୟ ମଞ୍ଚ ପ୍ରସ୍ତୁତ ହେଉଛି। ଏହା ସହିତ ଲୋକମାନେ ବସିବା ପାଇଁ ଉଚିତ ବ୍ୟବସ୍ଥା ମଧ୍ୟ
କରାଯାଉଛି। ପାର୍ଟିର ଦାବି ଅନୁସାରେ, ପ୍ରଧାନମନ୍ତ୍ରୀଙ୍କ ଏହି ରାଲିରେ ପ୍ରାୟ 3 ଲକ୍ଷ ଲୋକ ଯୋଗ ଦେବେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା