ମନି ଲଣ୍ଡରିଂ ମାମଲାରେ ଜଳନ୍ଧର ପଞ୍ଜାବ, ହରିୟାଣା ଏବଂ ମହାରାଷ୍ଟ୍ରରେ ଇଡି ରେଡ୍
ଚଣ୍ଡିଗଡ଼, ୧୫ ଅଗଷ୍ଟ (ହି.ସ.)- ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜଳନ୍ଧର ଶାଖା ପଞ୍ଜାବ, ହରିୟାଣା ଏବଂ ମହାରାଷ୍ଟ୍ରର ଦଶଟି ଆବାସିକ ଏବଂ ବ୍ୟବସାୟିକ ସ୍ଥାନରେ ଚଢାଉ କରାଯାଇଛି। ଏହି ସର୍ଚ୍ଚ ଅପରେସନରେ ୬୩ କୋଟି ଟଙ୍କାର ସମ୍ପତି ଜବତ କରାଯାଇଛି। ଶୁକ୍ରବାର ଇଡି ଦ୍ୱାର
ମନି ଲଣ୍ଡରିଂ ମାମଲାରେ ଜଳନ୍ଧର ପଞ୍ଜାବ, ହରିୟାଣା ଏବଂ ମହାରାଷ୍ଟ୍ରରେ ଇଡି ରେଡ୍


ଚଣ୍ଡିଗଡ଼, ୧୫ ଅଗଷ୍ଟ (ହି.ସ.)- ମନି ଲଣ୍ଡରିଂ ମାମଲାରେ ପ୍ରବର୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜଳନ୍ଧର ଶାଖା ପଞ୍ଜାବ, ହରିୟାଣା ଏବଂ ମହାରାଷ୍ଟ୍ରର ଦଶଟି ଆବାସିକ ଏବଂ ବ୍ୟବସାୟିକ ସ୍ଥାନରେ ଚଢାଉ କରାଯାଇଛି। ଏହି ସର୍ଚ୍ଚ ଅପରେସନରେ ୬୩ କୋଟି ଟଙ୍କାର ସମ୍ପତି ଜବତ କରାଯାଇଛି।

ଶୁକ୍ରବାର ଇଡି ଦ୍ୱାରା ଜାରି ସୂଚନା ଅନୁଯାୟୀ, ମନି ଲଣ୍ଡରିଂ ତଦନ୍ତ ଅଧୀନରେ ଭ୍ୟୁନାଉ ଗ୍ରୁପ୍ ଅଫ୍ କମ୍ପାନୀଜ୍ ବିରୁଦ୍ଧରେ ଏହି ସର୍ଚ୍ଚ କରାଯାଇଥିଲା। ଏଥିରେ ଭ୍ୟୁନାଉ ଇନଫ୍ରାଟେକ୍ ଲିମିଟେଡ୍ ଏବଂ ଏହାର ନିର୍ଦ୍ଦେଶକ ରାହୁଲ ଆନନ୍ଦ ଭାର୍ଗବ ଏବଂ ସମ୍ପୃକ୍ତ ବ୍ୟକ୍ତି ଏବଂ ପ୍ରତିଷ୍ଠାନ ଅନ୍ତର୍ଭୁକ୍ତ। ମନି ଲଣ୍ଡରିଂ ନିବାରଣ ଆଇନ, ୨୦୦୨ ର ବ୍ୟବସ୍ଥା ଅନୁଯାୟୀ ଏହି କାର୍ଯ୍ୟ କରାଯାଇଥିଲା।

ଇଡି ମୁଖପାତ୍ରଙ୍କ ଅନୁଯାୟୀ,ରେଡ୍ ସମୟରେ ୨୩.୯୦ ଲକ୍ଷ ଟଙ୍କା ନଗଦ, ଇଲେକ୍ଟ୍ରୋନିକ୍ ଉପକରଣ ଏବଂ ଆପତିଜନକ କାଗଜପତ୍ର ଜବତ କରାଯାଇଥିଲା। ଏହା ବ୍ୟତୀତ ୬୩.୪୯ କୋଟି ଟଙ୍କାର ସେୟାର ଏବଂ ୯.୯୯ କୋଟି ଟଙ୍କାର ଅସ୍ଥାବର ସମ୍ପତିକୁ ଫ୍ରିଜ୍ କରାଯାଇଥିଲା।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande