ନୂଆଦିଲ୍ଲୀ, ୧୫ ଅଗଷ୍ଟ (ହି.ସ.)- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କିସ୍ତୱାଡରେ ବନ୍ୟା ପରିସ୍ଥିତି ବିଷୟରେ ଜମ୍ମୁ ଓ କାଶ୍ମୀରର ଲେଫ୍ଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ସହ କଥା ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, କିସ୍ତୱାରରେ ବାଦଲ ଫଟା ବର୍ଷା ଏବଂ ବନ୍ୟା ପରେ ପରିସ୍ଥିତି ବିଷୟରେ ଜମ୍ମୁ ଓ କାଶ୍ମୀରର ଲେଫ୍ଟନାଂଟ ଗଭର୍ଣ୍ଣର ମନୋଜ ସିହ୍ନା ଏବଂ ମୁଖ୍ୟମନ୍ତ୍ରୀ ଓମର ଅବଦୁଲ୍ଲାଙ୍କ ସହ କଥା ହୋଇଛି। ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅଧିକାରୀମାନେ ଘଟଣାସ୍ଥଳରେ କାର୍ଯ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ କିସ୍ତୱାଡରେ ବାଦଲ ଫଟା ବର୍ଷା ଏବଂ ବନ୍ୟା ଯୋଗୁଁ ଅତି କମରେ ୪୬ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦୦ ରୁ ଅଧିକ ଲୋକ ନିଖୋଜ ଅଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା