ଭୁବନେଶ୍ୱର, 15 ଅଗଷ୍ଟ (ହି.ସ.)- ଜାତୀୟ ସ୍ତରରେ ନିଶା ମୁକ୍ତ ଭାରତ ଅଭିଯାନ ପାଇଁ ୟୁଜିସିର
ଚିଠି । ଆଜି ଏବ୍ଂ ଆସନ୍ତାକାଲି ଅର୍ଥାତ୍ ୧୫ ଓ
୧୬ ଅଗଷ୍ଟରେ ବିଭିନ୍ନ
ପର୍ଯ୍ୟାୟରେ କ୍ୟାମ୍ପେନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଶିକ୍ଷାନୁଷ୍ଠାନ, ସୋସିଆଲ ମିଡିଆ, ଡିଜିଟାଲ
ମିଡିଆ ଦ୍ୱାରା ଅଭିଯାନରେ
ସାମିଲ ହେବାକୁ ଅନୁରୋଧ କରାଯାଇଛି । ଭାରତରେ
ନିଶା ମୁକ୍ତ କରିବାକୁ ଏଭଳି ଏକ ପ୍ରୟାସ କରାଯାଇଛି । ମାନବ ଶୃଙ୍ଖଳ
କରି ବିଭିନ୍ନ ଶିକ୍ଷାନୁଷ୍ଠାନରେ ନିଶା
ମୁକ୍ତ ଅଭିଯାନ କରିବା ସହ, ଏହା ଉପରେ ବିଭିନ୍ନ ସଚେତନତା
ବାର୍ତ୍ତା, ଆଲୋଚନା କରିବାକୁ
ନିର୍ଦ୍ଦେଶ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା