ଲାଲକିଲ୍ଲା ପ୍ରାଚୀରରୁ ବି ପାଳନ ହେଲା ଅପରେସନ ସିନ୍ଦୂରର ସଫଳତାର ଉତ୍ସବ
ନୂଆଦିଲ୍ଲୀ, 15 ଅଗଷ୍ଟ (ହି.ସ.) ପାକିସ୍ତାନ ବିରୁଦ୍ଧରେ ବ୍ୟବହାର କରାଯାଇଥିବା ଅସ୍ତ୍ରଶସ୍ତ୍ରରେ ଆତ୍ମନିର୍ଭର ଭାରତ କଥା ଉଠାଇଲେ ପିଏମ ମୋଦି - ଲାଲକିଲ୍ଲାର ପ୍ରାଚୀରରୁ ଦେଶର ପ୍ରଧାନ ସ୍ୱାଧୀନତା ଦିବସ ଉତ୍ସବ ସହିତ ପାକିସ୍ତାନ ବିରୋଧରେ ସେନା ବାହିନୀ ଦ୍ୱାରା କରାଯାଇଥିବା ଅ
ଲାଲକିଲ୍ଲା ପ୍ରାଚୀରରୁ ବି ପାଳନ ହେଲା ଅପରେସନ ସିନ୍ଦୂରର ସଫଳତାର ଉତ୍ସବ


ନୂଆଦିଲ୍ଲୀ, 15 ଅଗଷ୍ଟ (ହି.ସ.)

ପାକିସ୍ତାନ ବିରୁଦ୍ଧରେ ବ୍ୟବହାର କରାଯାଇଥିବା ଅସ୍ତ୍ରଶସ୍ତ୍ରରେ ଆତ୍ମନିର୍ଭର ଭାରତ କଥା

ଉଠାଇଲେ ପିଏମ ମୋଦି

- ଲାଲକିଲ୍ଲାର ପ୍ରାଚୀରରୁ ଦେଶର ପ୍ରଧାନ ସ୍ୱାଧୀନତା ଦିବସ ଉତ୍ସବ ସହିତ ପାକିସ୍ତାନ

ବିରୋଧରେ ସେନା ବାହିନୀ ଦ୍ୱାରା କରାଯାଇଥିବା ଅପରେସନ୍ 'ସିନ୍ଦୂର'

ସଫଳତାକୁ ବିଶେଷ ଭାବେ ପାଳନ କରାଯାଇଛି । ଫୁଲ ଦ୍ୱାରା ସାଜସଜା ମଧ୍ୟ ଏହି ଅପରେସନ୍ ଉପରେ

ଆଧାରିତ ଥିଲା। ବାୟୁ ସେନାର ଦୁଇଟି ହେଲିକପ୍ଟର ଦ୍ୱାରା ପୁଷ୍ପ ବୃଷ୍ଟି ପରେ ପ୍ରଧାନମନ୍ତ୍ରୀ

ନରେନ୍ଦ୍ର ମୋଦି ତାଙ୍କ ଉଦ୍ବୋଧନରେ ଅପରେସନ୍ 'ସିନ୍ଦୂର'

ଦ୍ୱାରା

ବ୍ୟବହୃତ ଅସ୍ତ୍ର-ଶସ୍ତ୍ରଗୁଡ଼ିକ ଭିତରେ 'ଆତ୍ମନିର୍ଭର ଭାରତ'

କଥା

ଉଠାଇଥିଲେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ସବୁଠାରୁ ପ୍ରଥମେ ରାଜଘାଟ ଯାଇ ଜାତିର ପିତା

ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାପରେ ତାଙ୍କର କାଫିଲା ଲାଲକିଲ୍ଲାରେ

ପହଞ୍ଚିଥିଲା, ଯେଉଁଠାରେ ତାଙ୍କୁ ସ୍ୱାଗତ କରିଥିଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ,

ରକ୍ଷା

ରାଜ୍ୟମନ୍ତ୍ରୀ ସଂଜୟ ସେଠ ଓ ରକ୍ଷା ସଚିବ ରାଜେଶ କୁମାର ସିଂହ। ତାପରେ ରକ୍ଷା ସଚିବ ଦିଲ୍ଲୀ ଅଞ୍ଚଳର

ଜେନେରାଲ୍ ଅଫିସର କମାଣ୍ଡିଂଲେଫ୍ଟିନେଣ୍ଟ ଜେନେରାଲ୍ ଭବନୀଶ

କୁମାରଙ୍କ ପରିଚୟ ପ୍ରଧାନମନ୍ତ୍ରୀଙ୍କ ସହିତ କରାଇଥିଲେ। ଦିଲ୍ଲୀ ଅଞ୍ଚଳର ଜିଓସିପ୍ରଧାନମନ୍ତ୍ରୀଙ୍କୁ

ଅଭିନନ୍ଦନ ମଞ୍ଚ ପର୍ଯ୍ୟନ୍ତ ନେଇଗଲେ, ଯେଉଁଠି ଏକ ମିଳିତ ଗ୍ରୁପ –

ସ୍ଥଳସେନା,

ନୌସେନା,

ବାୟୁସେନା

ଓ ଦିଲ୍ଲୀ ପୁଲିସ୍ – ପ୍ରଧାନମନ୍ତ୍ରୀଙ୍କୁ ଗାର୍ଡ ଅଫ୍ ଅନର୍ ଦେଇଥିଲେ। ଏହି ଗାର୍ଡ ଅଫ୍

ଅନର୍ ଦଳରେ ପ୍ରତ୍ୟେକ ବାହିନୀରୁ 24 ଜଣ ସେନା ଅଫିସର ଥିଲେ ।

ଭାରତୀୟ ବାୟୁ ସେନା ଚଳିତ ବର୍ଷ ସ୍ୱାଧୀନତା

ଦିବସ ଉତ୍ସବର ସମନ୍ୱୟ କରିଥିଲା। ଗାର୍ଡ ଅଫ୍ ଅନର୍ ର କମାଣ୍ଡ ୱିଙ୍ଗ୍ କମାଣ୍ଡର୍ ଏ.ଏସ୍. ଶେଖୋ

ସମ୍ଭାଳିଥିଲେ । ପ୍ରଧାନମନ୍ତ୍ରୀଙ୍କ ଗାର୍ଡରେ ସ୍ଥଳସେନା ଦଳର କମାଣ୍ଡ ମେଜର୍ ଅର୍ଜୁନ ସିଂହ,

ନୌସେନା

ଦଳର କମାଣ୍ଡ ଲେଫ୍ଟିନେଣ୍ଟ କମାଣ୍ଡର୍ କୋମଲଦୀପ୍ ସିଂହ ଓ ବାୟୁସେନା ଦଳର କମାଣ୍ଡ ସ୍କ୍ୱାର୍ଡନ

ଲିଡର୍ ରାଜନ୍ ଅରୋଡା ନେଇଥିଲେ। ଦିଲ୍ଲୀ ପୁଲିସ୍ ଦଳର କମାଣ୍ଡ ଅତିରିକ୍ତ ଡିସିପି ରୋହିତ୍

ରାଜବୀର ସିଂହଙ୍କ ହାତରେ ଥିଲା। ସଲାମୀ ଗାର୍ଡର ନିରୀକ୍ଷଣ କରିବା ପରେ ପ୍ରଧାନମନ୍ତ୍ରୀ

ଲାଲକିଲ୍ଲାର ପ୍ରାଚୀର ଅଭିମୁଖେ ଯାଇଥିଲେ , ଯେଉଁଠାରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ

ସିଂହ, ରକ୍ଷା ରାଜ୍ୟମନ୍ତ୍ରୀ ସଂଜୟ ସେଠ, ସ୍ଥଳସେନା ଅଧ୍ୟକ୍ଷ

ଜେନେରାଲ୍ ଉପେନ୍ଦ୍ର ଦ୍ୱିବେଦୀ, ନୌସେନା ଅଧ୍ୟକ୍ଷ ଆଡମିରାଲ୍ ଦିନେଶ କେ

ତ୍ରିପାଠୀ ଓ ବାୟୁସେନା ଅଧ୍ୟକ୍ଷ ଏୟାର୍ ଚିଫ୍ ମାର୍ଶାଲ୍ ଏ.ପି. ସିଂହ ତାଙ୍କୁ ସ୍ୱାଗତ

କରିଥିଲେ।

ଏହା ପରେ ଦିଲ୍ଲୀ ଅଞ୍ଚଳର ଜେନେରାଲ୍ ଅଫିସର କମାଣ୍ଡିଂ ଲେଫ୍ଟିନେଣ୍ଟ ଜେନେରାଲ୍ ଭବନୀଶ

କୁମାର ପ୍ରଧାନମନ୍ତ୍ରୀଙ୍କୁ ଜାତୀୟ ପତାକା ଉତ୍ତୋଳନ ପାଇଁ ପ୍ରାଚୀରରେ ଥିବା ମଞ୍ଚ ପର୍ଯ୍ୟନ୍ତ

ନେଇଥିଲେ। ସେଠାରେ ଉପସ୍ଥିତ ଥିବା ଫ୍ଲାଇଂ ଅଫିସର୍ ରଶିକା ଶର୍ମା ଜାତୀୟ ପତାକା ଉତ୍ତୋଳନରେ

ପ୍ରଧାନମନ୍ତ୍ରୀଙ୍କୁ ସହଯୋଗ କଲେ। ଏହି ସମୟରେ 21 ତୋପର ସଲାମୀ ଦିଆଯାଇଥିଲା। ଦେଶଜ 105

ମି.ମି. ଲାଇଟ ଫିଲ୍ଡ ଗନ ବ୍ୟବହାର କରୁଥିବା ଏହି ଔପଚାରିକ ବ୍ୟାଟେରୀର କମାଣ୍ଡ ମେଜର୍ ପବନ

ସିଂହ ଶେଖାୱତଙ୍କ ହାତରେ ଥିଲା।

ଧ୍ୱଜାରୋହଣ ପରେ ସ୍ଥଳସେନା, ନୌସେନା,

ବାୟୁସେନା

ଓ ଦିଲ୍ଲୀ ପୁଲିସ୍‌ର 128 ଜଣ କର୍ମଚାରୀ ତିରଙ୍ଗାକୁ ‘ଜାତୀୟ ସଲାମୀ’

ଦେଇଥିଲେ।

ଏହି ଅନ୍ତର-ସେନା ଓ ପୁଲିସ୍ ରକ୍ଷକ ଦଳର କମାଣ୍ଡ ଉଠାଇଥିଲେ ୱିଂଗ୍ କମାଣ୍ଡର୍ ତରୁଣ ଡାଗର।

ଜାତୀୟ ପତାକା ରକ୍ଷକ ଦଳରେ ସ୍ଥଳସେନା ଗ୍ରୁପର କମାଣ୍ଡ ମେଜର୍ ପ୍ରକାଶ ସିଂହ,

ନୌସେନା

ଗ୍ରୁପର କମାଣ୍ଡ ଲେଫ୍ଟିନେଣ୍ଟ କମାଣ୍ଡର୍ ମହମ୍ମଦ ପରବେଜ୍ ଓ ବାୟୁସେନା ଗ୍ରୁପର କମାଣ୍ଡ ସ୍କ୍ୱାର୍ଡନ

ଲିଡର୍ ଭି.ଭି. ଶ୍ରବଣଙ୍କ ହାତରେ ଥିଲା। ଦିଲ୍ଲୀ ପୁଲିସ୍ ଗ୍ରୁପର କମାଣ୍ଡ ଅତିରିକ୍ତ ଡିସିପି

ଅଭିମନ୍ୟୁ ପୋସୱାଲ୍ କରୁଥିଲେ।

‘ଜାତୀୟ ସଲାମୀ’ ଦେବା ସମୟରେ ବାୟୁ ସେନାର ବ୍ୟାଣ୍ଡ

ରାଷ୍ଟ୍ରଗୀତର ସଙ୍ଗୀତ ବଜାଯାଇଥିଲା, ଯାହାର ସଂଚାଳନ କରିଥିଲେ ଜୁନିଅର୍

ଓଫିସର୍ ୱାରେଣ୍ଟ ଏମ୍ ଡେକା। ଏହିପରି ପ୍ରଥମ ଥର ପାଇଁ 11 ଅଗ୍ନିବୀର ବାୟୁ ସଙ୍ଗୀତକ

ମଧ୍ୟ ରାଷ୍ଟ୍ରଗୀତର ସଙ୍ଗୀତ ବଜାଉଥିବା ବ୍ୟାଣ୍ଡର ଅଂଶ ହୋଇଥିଲେ।

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସହିତ,

ଭାରତୀୟ

ବାୟୁ ସେନାର ଦୁଇଟି ଏମ୍‌ଆଇ–17 ହେଲିକପ୍ଟର ଜାତୀୟ ପତାକା ସହିତ ଆୟୋଜନ

ସ୍ଥଳୀ ଉପରେ ଫୁଲ ବର୍ଷା କରିଥିଲେ। ଏହି ହେଲିକପ୍ଟରଗୁଡ଼ିକର କ୍ୟାପ୍ଟେନ୍ ଥିଲେ ୱିଂଗ୍

କମାଣ୍ଡର୍ ବିନୟ ପୁନିଆ ଓ ବିଂଗ୍ କମାଣ୍ଡର୍ ଆଦିତ୍ୟ ଜୟସୱାଲ୍।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande