ନୂଆଦିଲ୍ଲୀ, ୧୬ ଅଗଷ୍ଟ(ହି.ସ.) – ବିହାରରେ ମତଦାତା ସୂଚୀର ବିଶେଷ ଗହନ ପୁନରୀକ୍ଷଣ(ଏସ୍ଆଇଆର୍) ଏବଂ କଥିତ ଭୋଟ୍ ଚୋରୀ ବିରୋଧରେ କଂଗ୍ରେସ ନେତୃତ୍ୱରେ ଇଣ୍ଡି ମେଂଟ ୧୭ ଅଗଷ୍ଟରୁ ଭୋଟର ଅଧିକାର ଯାତ୍ରା ଆରମ୍ଭ କରିବାକୁ ଯାଉଛି। ଏହାକୁ ନେଇ କଂଗ୍ରେସ ମୁଖ୍ୟାଳୟରେ ପାର୍ଟି ପ୍ରବକ୍ତା ପବନ ଖେଡ଼ା ଏହାକୁ ଲୋକତନ୍ତ୍ରର ରକ୍ଷା ପାଇଁ ଏକ ଐତିହାସିକ ପଦକ୍ଷେପ କହିଛନ୍ତି। ସେ କହିଛନ୍ତି ଯେ ଏହି ଲୋକତନ୍ତ୍ରକୁ ଦିଶା ଦେଇଥିବା ଯାତ୍ରା ହେବ। ଯେତେବେଳେ ରାହୁଲ ଗାନ୍ଧୀ ଯାତ୍ରାରେ ବାହାରିଲେ, ସେ ପର୍ଯ୍ୟନ୍ତ ଦେଶର ଲୋକତନ୍ତ୍ର କଡ଼ ଲେଉଟାଇଲା।
ଖେଡ଼ା କହିଛନ୍ତି ଯେ ବିହାରରେ ଯେଉଁ ଯାତ୍ରା ଆରମ୍ଭ ହେଉଛି, ତା’ର ଉଦ୍ଦେଶ୍ୟ ଲୋକଙ୍କୁ ସଜାଗ କରିବା, କାହିଁକି ଷଡ଼ଯନ୍ତ୍ର କରୁଥିବା ଏବେ ମଧ୍ୟ ଭୋଟ୍ ଚୋରି କରିବାକୁ ଚେଷ୍ଟା କରୁଛନ୍ତି। ଏହି ଯାତ୍ରା ୧୭ ଅଗଷ୍ଟକୁ ସାସାରାମରୁ ଆରମ୍ଭ ହୋଇ ୦୧ ସେପ୍ଟେମ୍ବରକୁ ପାଟନାରେ ଏକ ବିଶାଳ ର୍ୟାଲି ସହିତ ସମାପ୍ତ ହେବ। ୧୬ ଦିନର ଏହି ପଦଯାତ୍ରାରେ ପ୍ରାୟ ୧,୩୦୦ କିଲୋମିଟରର ଦୂରତା ସ୍ଥିର କରାଯିବ। ଯାତ୍ରାର ଶେଷଦିନ ପାଟନାରେ ଇଣ୍ଡି ମେଂଟର ଶୀର୍ଷ ନେତାମାନେ ମଧ୍ୟ ସାମିଲ ହେବେ।
ହିନ୍ଦୁସ୍ଥାନ ସମାଚାର/ବୀଣାପାଣି
.......................................
ହିନ୍ଦୁସ୍ଥାନ ସମାଚାର / ବୀଣାପାଣି