ଚେନ୍ନାଇ, ୧୬ଅଗଷ୍ଟ (ହି.ସ.)। ତାମିଲନାଡୁ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରୀ
ଆଇ. ପେରିଆସାମିଙ୍କ ଚେନ୍ନାଇ ଏବଂ ଡିଣ୍ଡିଗୁଲରେ ଥିବା ବାସଭବନରେ ଶନିବାର ସକାଳେ ପ୍ରବର୍ତ୍ତନ
ନିର୍ଦ୍ଦେଶାଳୟ (ଇଡି) ଦଳ ଚଢାଉ କରୁଛି। ପ୍ରାଥମିକ ସୂଚନା ଅନୁଯାୟୀ ମନି ଲ୍ୟାଣ୍ଡରିଂ ମାମଲାରେ
ଏହି ଚଢାଉ ଚାଲିଛି।ଚଢାଉ ସମୟରେ, ଯେତେବେଳେ
ପ୍ରବର୍ତ୍ତନ ବିଭାଗର ଅଧିକାରୀ ଆଜି ଚେନ୍ନାଇର ଗ୍ରୀନ ଲେନ୍ ସ୍ଥିତ ମନ୍ତ୍ରୀ ଆଇ.
ପେରିଆସାମିଙ୍କ ବାସଭବନରେ ଚଢାଉ କରିବାକୁ ଯାଇଥିଲେ, ସେତେବେଳେ
କୁହାଯାଉଛି ଯେ ସେଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଗାର୍ଡମାନେ ଅନୁମତି ଦେବାକୁ ମନା
କରିଥିଲେ। ଏହା କିଛି ସମୟ ପାଇଁ ସେଠାରେ ହଙ୍ଗାମା ସୃଷ୍ଟି କରିଥିଲା।ପୂର୍ବ ଡିଏମକେ ସରକାର
ସମୟରେ ଆଇ. ପେରିୟାସାମିଙ୍କ ବିରୁଦ୍ଧରେ ଏକ ଅଧିକାରୀ ଘର ଆବଣ୍ଟନ କରିବା ପାଇଁ ମାମଲା ରୁଜୁ
କରାଯାଇଥିଲା। ସମ୍ପ୍ରତି ଏହି ମାମଲାର ଶୁଣାଣି ପୁଣି ଥରେ ଆରମ୍ଭ ହୋଇଛି।ମନ୍ତ୍ରୀଙ୍କ ଘରେ ଇଡି
ଚଢାଉ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା