ମୁମ୍ବାଇ, ୧୬ ଅଗଷ୍ଟ (ହି.ସ.)-
ମୁମ୍ବାଇ ସହର ଏବଂ ଉପର ସହରଗୁଡ଼ିକରେ ଶୁକ୍ରବାର ରାତିରେ ଲଗାତାର ମୁଷଳଧାରାରେ ବର୍ଷା ଯୋଗୁଁ
ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ରହିଛି। ବିକ୍ରୋଲିର ପାର୍କ ସାଇଟ୍ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଗୋଟିଏ
ପରିବାରର ୨ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨ ଜଣ ଲୋକଙ୍କ ଆହତ ହୋଇଥିବା ସୂଚନା ମିଳିଛି।ପାଣିପାଗ
ବିଭାଗ ଆଜିଶନିବାର ବର୍ଷା
ପାଇଁ ରେଡ୍ ଆଲର୍ଟ ଜାରି କରାଯାଇଛି। ମୁମ୍ବାଇ ସହର ଏବଂ ଉପକଣ୍ଠ, ଠାଣେ, ପାଲଘର, ରାୟଗଡ଼, ରତ୍ନଗିରି ଏବଂ
ସିନ୍ଧୁଦୁର୍ଗରେ ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି। ଯାହା ଯୋଗୁଁ ସମ୍ପୃକ୍ତ
ସଂସ୍ଥାଗୁଡ଼ିକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ମୁମ୍ବାଇରେ ଶୁକ୍ରବାର ରାତିରୁ ପ୍ରବଳ
ବର୍ଷା ହେଉଛି। ଅନ୍ଧେରୀ ସବୱେ, ଦାଦର ଗାନ୍ଧୀ
ମାର୍କେଟ ଭଳି ତଳିଆ ଅଞ୍ଚଳରେ ପାଣି ଜମି ରହିଥିବା ଖବର ଆସିଛି। ଏହା ସଡ଼କ ପରିବହନକୁ ପ୍ରଭାବିତ
କରିଛି। ବିଲେପାର୍ଲେର ତଳିଆ ଅଞ୍ଚଳରେ ଘର ଭିତରେ ପାଣି ପ୍ରବେଶ କରିବା ଯୋଗୁଁ ଜୀବନଯାତ୍ରା
ପ୍ରଭାବିତ ହୋଇଛି। କିଛି ସ୍ଥାନରେ ଟ୍ରାକରେ ପାଣି ଜମି ରହିବା ଯୋଗୁଁ କେନ୍ଦ୍ରୀୟ ରେଳବାଇର
ଲୋକାଲ୍ ଟ୍ରେନଗୁଡ଼ିକ 15 ରୁ 20 ମିନିଟ୍ ବିଳମ୍ବରେ ଚାଲୁଛି।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା