ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଦିନ ଦିଲ୍ଲୀରେ କରିବେ ୧୧ ହଜାର କୋଟି ଟଙ୍କାର ହାଇୱେ ପରିଯୋଜନାର ଲୋକାର୍ପଣ
ନୂଆଦିଲ୍ଲୀ, ୧୬ ଅଗଷ୍ଟ(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦ୍ୱିପହର ୧୨.୩୦ରେ ଦିଲ୍ଲୀର ରୋହିଣୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦୁଇ ମହତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ରାଜମାର୍ଗ ପରିଯୋଜନାର ଲୋକାର୍ପଣ କରିବେ। ଏହି ପରିଯୋଜନାରେ ମୋଟ ଖର୍ଚ୍ଚ ପ୍ରାୟ ୧୧ ହଜାର କୋଟି ଟଙ୍କା କୁହାଯାଇଛି। ପ୍ରଧା
ପ୍ରଧାନମନ୍ତ୍ରୀ ମୋଦୀ ରବିବାର ଦିନ ଦିଲ୍ଲୀରେ କରିବେ ୧୧ ହଜାର କୋଟି ଟଙ୍କାର ହାଇୱେ ପରିଯୋଜନାର ଲୋକାର୍ପଣ


ନୂଆଦିଲ୍ଲୀ, ୧୬ ଅଗଷ୍ଟ(ହି.ସ.) – ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଦ୍ୱିପହର ୧୨.୩୦ରେ ଦିଲ୍ଲୀର ରୋହିଣୀରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଦୁଇ ମହତ୍ୱପୂର୍ଣ୍ଣ ରାଷ୍ଟ୍ରୀୟ ରାଜମାର୍ଗ ପରିଯୋଜନାର ଲୋକାର୍ପଣ କରିବେ। ଏହି ପରିଯୋଜନାରେ ମୋଟ ଖର୍ଚ୍ଚ ପ୍ରାୟ ୧୧ ହଜାର କୋଟି ଟଙ୍କା କୁହାଯାଇଛି। ପ୍ରଧାନମନ୍ତ୍ରୀ ଏହି ଅବସରରେ ଜନସଭାକୁ ମଧ୍ୟ ସମ୍ବୋଧିତ କରିବେ।

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଶନିବାର ଦିନ ଜାରି ଆଧିକାରୀକ ବୟାନରେ କୁହାଯାଇଛି ଯେ ଦୁଇ ପରିଯୋଜନା ଦ୍ୱାରକା ଏକ୍ସପ୍ରେସୱେର ଦିଲ୍ଲୀ ଖଣ୍ଡ ଏବଂ ଅର୍ବାନ ଏକ୍ସଟେଶନ ରୋଡ଼-୨(ୟୁଆର୍‌-୨) କେନ୍ଦ୍ର ସରକାରଙ୍କ ରାଜଧାନୀ ଦିଲ୍ଲୀକୁ ଭୀଡ଼ମୁକ୍ତ କରିବାକୁ ରଣନୀତି ଅନ୍ତର୍ଗତ ବିକଶିତ କରାଯାଇଛି। ଏହାର ଉଦ୍ଦେଶ୍ୟ ଉତମ କନେକ୍ଟିଭିଟି ସୁନିଶ୍ଚିତ କରିବା, ଯାତ୍ରା ସମୟକୁ ଘଟାଇବା ଏବଂ ଦିଲ୍ଲୀ ତଥା ଏହାର ଆଖପାଖର କ୍ଷେତ୍ରରେ ଟ୍ରାଫିକ୍ ଭିଡ଼କୁ କମ୍ କରିବା।

ଦ୍ୱାରକା ଏକ୍ସପ୍ରେସୱେର ଦିଲ୍ଲୀ ଖଣ୍ଡ ୧୦.୧ କିଲୋମିଟର ଲମ୍ବା ଅଟେ, ଯାହାକୁ ପ୍ରାୟ ୫,୩୬୦ କୋଟି ଟଙ୍କାର ବ୍ୟୟରେ ବିକଶିତ କରାଯାଇଛି। ଏହି ଖଣ୍ଡ ସହିତ ୟଶୋଭୂମି କନ୍ୱେକ୍ସନ ସେଂଟର, ମେଟ୍ରୋର ବ୍ଲୁ ଏବଂ ଅରେଞ୍ଜ ଲାଇନ୍‌, ଆଗାମୀ ବିଜୱାସନ ରେଲୱେ ଷ୍ଟେସନ ଏବଂ ଦ୍ୱାରକା କ୍ଲଷ୍ଟର ବସ୍ ଡିପୋକୁ ମଲ୍ଟି-ମଣ୍ଡଳ କନେକ୍ଟିଭିଟି ମିଳିବ। ଏହି ଖଣ୍ଡରେ ଦୁଇ ପ୍ରମୁଖ ପ୍ୟାକେଜ୍ ସାମିଲ ଅଟେ, ପ୍ୟାକେଜ- ୧ ଶିବ ମୂର୍ତି ଇଂଟରସେକ୍ସନ ସହିତ ଦ୍ୱାରକା ସେକ୍ଟର-୨୧ର ରୋଡ଼ ଅଣ୍ଡର ବ୍ରିଜ୍‌(ଆର୍‌ୟୁବି) ପର୍ଯ୍ୟନ୍ତ ୫.୯ କିଲୋମିଟର। ସେହିପରି ପ୍ୟାକେଜ୍‌- ୨ ଦ୍ୱାରକା ସେକ୍ଟର- ୨୧ରୁ ଦିଲ୍ଲୀ-ହରିୟାଣା ସୀମା ପର୍ଯ୍ୟନ୍ତ ୪.୨ କିଲୋମିଟର, ଯାହା ସିଧା ୟୁଇଆର୍‌-୧ ସହିତ ଯୋଡ଼ିବ।

ହିନ୍ଦୁସ୍ଥାନ ସମାଚାର/ବୀଣାପାଣି

.......................................

ହିନ୍ଦୁସ୍ଥାନ ସମାଚାର / ବୀଣାପାଣି


 rajesh pande