ହୁଗଲି, ୧୬ ଅଗଷ୍ଟ (ହି.ସ.)- ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଏବଂ ଅର୍ଜୁନ ପୁରସ୍କାର ବିଜେତା
ଭାରତୀୟ ସନ୍ତରଣକାରୀ ବୁଲା ଚୌଧାରୀଙ୍କ ପଦ୍ମଶ୍ରୀ ପୁରସ୍କାର ଶୁକ୍ରବାର ପଶ୍ଚିମବଙ୍ଗର ହୁଗଲି
ଜିଲ୍ଲାର ହିନ୍ଦ-ମୋଟରସ୍ଥିତ ତାଙ୍କ
ପୈତୃକ ବାସଭବନରୁ ଚୋରି ହୋଇଛି। ବୁଲା ଚୌଧାରୀ ବର୍ତ୍ତମାନ ଦକ୍ଷିଣ କୋଲକାତାର କସ୍ବାରେ
ରୁହନ୍ତି କିନ୍ତୁ ତାଙ୍କ ସନ୍ତରଣ କ୍ୟାରିୟର ସମୟରେ ଅର୍ଜିତ ସମସ୍ତ ପୁରସ୍କାର, ଟ୍ରଫି ଏବଂ ପଦକ ହିନ୍ଦ-ମୋଟର ସ୍ଥିତ ତାଙ୍କ ପୈତୃକ
ବାସଭବନରେ ପ୍ରଦର୍ଶିତ ହେଉଥିଲା।ସେ ପ୍ରତି ସପ୍ତାହରେ ତାଙ୍କ ପୈତୃକ ବାସଭବନକୁ ଆସି ଯାଞ୍ଚ
କରୁଥିଲେ ଯେ ତାଙ୍କର ପୁରସ୍କାର, ଟ୍ରଫି ଏବଂ ପଦକ
ଠିକ୍ ଅଛି କି ନାହିଁ। ଶୁକ୍ରବାର ଦିନ ଜଣାପଡିଲା ଯେ ତାଙ୍କର ପଦ୍ମଶ୍ରୀ ପୁରସ୍କାର ସିଲ୍ଡ
ପ୍ରଦର୍ଶିତ ସ୍ଥାନରୁ ଗାଏବ ଥିଲା। ପରେ, ଜଣାପଡିଲା ଯେ
ତାଙ୍କର ଅନ୍ୟ କିଛି ପୁରସ୍କାର, ଟ୍ରଫି ଏବଂ ପଦକ
ମଧ୍ୟ ଚୋରି ହୋଇଯାଇଛି। ହିନ୍ଦ-ମୋଟରସ୍ଥିତ ବାସଭବନରେ ରହୁଥିବା ସନ୍ତରଣକାରୀଙ୍କ ଭାଇ ମିଲନ
ଚୌଧାରୀ କହିଛନ୍ତି ଯେ ପୂର୍ବରୁ ମଧ୍ୟ ତାଙ୍କ ବାସଭବନରେ ତିନିଥର ଚୋରି ଏବଂ ଡକାୟତିର ପ୍ରୟାସ ହୋଇଥିଲା। ସେ କହିଛନ୍ତି, ପ୍ରତ୍ୟେକ ଥର ପୋଲିସରେ ଅଭିଯୋଗ କରିବା ପରେ ମଧ୍ୟ
ଏପରି ପ୍ରୟାସ ବନ୍ଦ ହୋଇନଥିଲା। କିଛି ସମୟ ପାଇଁ ସେଠାରେ ଏକ ପୋଲିସ ପୋଷ୍ଟ ମଧ୍ୟ ସ୍ଥାପନ
କରାଯାଇଥିଲା, ଯାହାକୁ ଏକ ନିର୍ଦ୍ଦିଷ୍ଟ ସମୟ ପରେ ହଟାଇ
ଦିଆଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ରଶ୍ମିତା