ଶିବପୁରୀ, 16 ଅଗଷ୍ଟ (ହି.ସ.)-ମଧ୍ୟପ୍ରଦେଶର
ଶିବପୁରୀ ଜିଲ୍ଲାର ଶିବପୁରୀ-ଝାନ୍ସି ଫୋରଲେନ୍ ହାଇୱେରେ ଶନିବାର ସକାଳେ ଟ୍ରକ୍ ଓ ଟ୍ରାଭେଲର
ମଧ୍ୟରେ ମୁହାଁମୁହିଁ ଧକ୍କା ଯୋଗୁ 4 ଜଣଙ୍କ
ମୃତ୍ୟୁ ହୋଇଛି ଓ 7 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ଶିବପୁରୀ
ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।
ଏହି ଦୁର୍ଘଟଣା ନ୍ୟାସନାଲ୍
ହାଇୱେ-27 ଭାବେ ପରିଚିତ ଶିବପୁରୀ-ଝାନ୍ସି ଫୋରଲେନ ହାଇୱେର ଅମୋଲା ଘାଟୀ ନିକଟରେ ଘଟିଛି । ଏହି
ଦୁର୍ଘଟଣାରେ ଗୁଜରାଟର 20 ଜଣ ନିର୍ଗତ ଏକ ମ୍ୟୁଜିସିଆନ୍ ଦଳ କାଶୀ ବିଶ୍ୱନାଥରେ ଆୟୋଜିତ ଶିବ
କଥା କାର୍ଯ୍ୟକ୍ରମରେ ପ୍ରସ୍ତୁତି ଦେଇ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।
ସୂଚନା ଅନୁସାରେ ଏହି ଘଟଣା
ଶନିବାର ସକାଳ 5.30 ବେଳେ ଘଟିଥିଲା। 20 ଜଣ ଲୋକ ଥିବା ଏହି ଗ୍ରୁପ ଗୁଜରାଟର ପ୍ରସିଦ୍ଧ
କଥାବାଚକ ଡ଼. ଲଙ୍କେଶ ବାବୁଙ୍କ ଟିମର ସଦସ୍ୟ ଥିଲେ। ଡ଼. ଲଙ୍କେଶ ଶୁକ୍ରବାର ଦିନ ହିଁ ବିମାନ
ଦ୍ୱାରା ଗୁଜରାଟ ଫେରିଯାଇଥିଲେ। ଟିମର ସମସ୍ତ ସଦସ୍ୟ ଗୁଜରାଟର ମେହସାଣା ଓ ସୁରେନ୍ଦ୍ରନଗର
ଅଞ୍ଚଳର ବାସିନ୍ଦା।
ଶନିବାର ସକାଳେ ଫେରୁଥିବା
ସମୟରେ ତାଙ୍କର ଟ୍ରାଭେଲର ଶିବପୁରୀ ଜିଲ୍ଲାର ସୁରୱାୟା ଠାରୁ ଫେରୁଥିଲେ । ଏହି ସମୟରେ ଗାଡ଼ିଟି
ଭାରସାମ୍ୟ ହରାଇ ଡିଭାଇଡ଼ର ଉପରେ ମାଡିଯାଇଥିଲା ଓ ଦ୍ୱିତୀୟ ଲେନରେ ପହଞ୍ଚି ଟ୍ରକ୍ ସହ ଧକ୍କା ହୋଇଥିଲା।
ସୂଚନା ମିଳିବା ମାତ୍ରେ ସୁରୱାୟା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି
ଜିଲ୍ଲା ଚିକିତ୍ସାଳୟ ଓ ମେଡିକାଲ୍ କଲେଜ୍କୁ ପଠାଇଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା