ନୂଆଦିଲ୍ଲୀ, 16 ଅଗଷ୍ଟ (ହି.ସ.)- ବୈଦେଶିକ
ସଚିବ ବିକ୍ରମ ମିସ୍ରି 17 ଓ 18 ଅଗଷ୍ଟ ତାରିଖରେ ନେପାଳକୁ ଔପଚାରିକ ଗସ୍ତରେ ଯିବେ। ଏହି
ଯାତ୍ରା ନେପାଳର ବିଦେଶ ସଚିବ ଅମୃତ ବହାଦୁର ରାୟଙ୍କ ନିମନ୍ତ୍ରଣରେ ହେଉଛି।
ବୈଦେଶିକ ମନ୍ତ୍ରାଳୟ
ଶନିବାର ଦେଇଥିବା ଏକ ବିବୃତିରେ କୁହାଯାଇଛି ଯେ, ଭାରତ
ଓ ନେପାଳ ମଧ୍ୟରେ ଘନିଷ୍ଠ ଓ ସୌହାର୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି । ଯାହାକି ନିକଟରେ, ବିଭିନ୍ନ କ୍ଷେତ୍ରର ସହଯୋଗ ମାଧ୍ୟମରେ ଆହୁରି ମଜବୁତ ହୋଇଛି।
ଭାରତର ‘ପଡୋଶୀ ପ୍ରଥମେ’ ନୀତି
ଅନୁସାରେ ନେପାଳ ସହ ଦ୍ୱିପକ୍ଷୀୟ ସମ୍ପର୍କକୁ ବିଶେଷ ଗୁରୁତ୍ୱ ଦିଆଯାଏ। ବିବୃତିରେ କୁହାଯାଇଛି
ଯେ, ବିକ୍ରମ ମିଶ୍ରିଙ୍କ ଏହି ଯାତ୍ରା ଦୁଇ ଦେଶ ମଧ୍ୟରେ ନିୟମିତ
ଉଚ୍ଚସ୍ତରୀୟ ସମ୍ବାଦର ପରମ୍ପରାକୁ ଆଗକୁ ବଢ଼ାଇବ ଓ ଦ୍ୱିପକ୍ଷୀୟ ସମ୍ପର୍କକୁ ଆଉ ମଜବୁତ କରିବା
ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବସର ହେବ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା