ଭୁବନେଶ୍ୱର, 16 ଅଗଷ୍ଟ (ହି.ସ.)- ନାଗାଲାଣ୍ଡ
ରାଜ୍ୟପାଳଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶୋକ ପ୍ରକାଶ କରିଛନ୍ତି ।
ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ନାଗାଲ୍ୟାଣ୍ଡର ରାଜ୍ୟପାଳ
ଶ୍ରୀ ଏଲ. ଗଣେଶନ ଜୀଙ୍କ ପରଲୋକର ଖବର ଶୁଣି ମୁଁ ଗଭୀର ଦୁଃଖିତ। ତାମିଲନାଡୁରେ ଜନ୍ମିଥିବା ଏହି
ମହାନ ବିଜେପି ନେତା ଦେଶର ରାଜନୈତିକ ଓ ସାମାଜିକ ପରିପ୍ରେକ୍ଷୀରେ ଗୁରୁତ୍ୱପୂର୍ଣ୍ଣ ଅବଦାନ
ଦେଇଛନ୍ତି। ସରଳତାର ମୂର୍ତ୍ତି ଶ୍ରୀ ଗଣେଶନ ଜୀ ସର୍ବଦା ଦଳର ପ୍ରଭାବ ବୃଦ୍ଧି କରିବାକୁ
ଲାଗିରହିଥିଲେ। ତାଙ୍କ ପରିବାର ଓ ପ୍ରଶଂସକଙ୍କୁ ମୋର ହୃଦୟପୂର୍ଣ୍ଣ ସହାନୁଭୂତି ଜଣାଉଛି । ଓଁ
ଶାନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା