ନେମରାରେ ପହଂଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଶୋମ ଗୁରୁ ଶିବୁ ସୋରେନଙ୍କୁ ଦେଲେ ଶ୍ରଦ୍ଧାଂଜଳି
ରାମଗଡ, 16 ଅଗଷ୍ଟ (ହି.ସ.) - ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର ସଂସ୍ଥାପକ ସ୍ଵର୍ଗତ ଶିବୁ ସୋରେନଙ୍କ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଶନିବାର କେନ୍ଦ୍ର ସରକାରଙ୍କ ପ୍ରତିନିଧି ଭାବରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇଛନ୍ତି । ଶନିବାର ଦ୍ୱିପ୍ରହ
ନେମରାରେ ପହଂଚିଲେ     ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଶୋମ ଗୁରୁ ଶିବୁ ସୋରେନଙ୍କୁ ଦେଲେ ଶ୍ରଦ୍ଧାଂଜଳି


ରାମଗଡ, 16 ଅଗଷ୍ଟ (ହି.ସ.)

- ଝାରଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଝାରଖଣ୍ଡ ମୁକ୍ତି ମୋର୍ଚ୍ଚାର

ସଂସ୍ଥାପକ ସ୍ଵର୍ଗତ ଶିବୁ ସୋରେନଙ୍କ ଶ୍ରାଦ୍ଧ କାର୍ଯ୍ୟକ୍ରମରେ ଶନିବାର କେନ୍ଦ୍ର ସରକାରଙ୍କ

ପ୍ରତିନିଧି ଭାବରେ ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇଛନ୍ତି ।

ଶନିବାର ଦ୍ୱିପ୍ରହରରେ କଡା

ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ତାଙ୍କ ହେଲିକପ୍ଟର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କର ପୈତୃକ ଗାଁ

ନେମରାରେ ଅବତରଣ କରିଥିଲା। ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ହେଲିପ୍ୟାଡ଼ରୁ ସିଧା

ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଘରକୁ ଯାଇଥିଲେ ଓ ସେଠାରେ ତିନି ଦିଶୋମ ଗୁରୁ ଶିବୁ

ସୋରେନଙ୍କ ଫଟୋରେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାପରେ ମୁଖ୍ୟମନ୍ତ୍ରୀ

ହେମନ୍ତ ସୋରେନଙ୍କ ଭେଟି ସେ ତାଙ୍କୁ ସମବେଦନା ଜଣାଇଥିଲେ ।

ଏହା ପରେ ସେ ସ୍ଵର୍ଗତ

ଶିବୁ ସୋରେନଙ୍କ ପତ୍ନୀ ରୂପୀ ସୋରେନଙ୍କୁ ମଧ୍ୟ ଭେଟିଥିଲେ। ଏହି ସମୟରେ ତାଙ୍କ ସହ ପ୍ରତିରକ୍ଷା

ରାଜ୍ୟମନ୍ତ୍ରୀ ସଞ୍ଜୟ ସେଠ ମଧ୍ୟ ଉପସ୍ଥିତ ଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା


 rajesh pande