ବିଗ୍ ବସ୍ ବିଜେତା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଫାୟାରିଙ୍ଗ, ବାଇକରେ ବସିଥିବା ଦୁର୍ବୃତ୍ତମାନେ ଚଳାଇଲେ ଗୁଳି
ଗୁରୁଗ୍ରାମ, ୧୭ ଅଗଷ୍ଟ (ହି.ସ.)- ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ରବିବାର ସକାଳ ପ୍ରାୟ ୫ଟାରୁ ୬ଟା ମଧ୍ୟରେ ଅଜ୍ଞାତ ଆକ୍ରମଣକାରୀମାନେ ଆଖିବୁଜା ଗୁଳି ଚଳାଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ଗୁଳିକାଣ୍ଡର ସୂଚନା ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍
ବିଗ୍ ବସ୍ ବିଜେତା ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ଫାୟାରିଙ୍ଗ, ବାଇକରେ ବସିଥିବା ଦୁର୍ବୃତ୍ତମାନେ ଚଳାଇଲେ ଗୁଳି


ଗୁରୁଗ୍ରାମ, ୧୭ ଅଗଷ୍ଟ (ହି.ସ.)-

ୟୁଟ୍ୟୁବର ଏଲଭିଶ ଯାଦବଙ୍କ ଘର ଉପରେ ରବିବାର

ସକାଳ ପ୍ରାୟ ୫ଟାରୁ ୬ଟା ମଧ୍ୟରେ ଅଜ୍ଞାତ ଆକ୍ରମଣକାରୀମାନେ ଆଖିବୁଜା ଗୁଳି ଚଳାଇ ଘଟଣାସ୍ଥଳରୁ

ପଳାଇ ଯାଇଥିଲେ। ଗୁଳିକାଣ୍ଡର ସୂଚନା ପାଇବା ପରେ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ

ଆରମ୍ଭ କରିଛି। ଘଟଣା ସମ୍ପର୍କରେ ପୋଲିସ ସିସିଟିଭି ଫୁଟେଜ୍ ମଧ୍ୟ ଯାଞ୍ଚ କରୁଛି।ସୂଚନା

ଅନୁଯାୟୀ, ରବିବାର ସକାଳେ ବିଗ୍ ବସ୍ ବିଜେତା ୟୁଟ୍ୟୁବର

ଏଲଭିଶଙ୍କ ସେକ୍ଟର-57 ସ୍ଥିତ ଘର ଉପରେ ବାଇକ୍

ଚଢ଼ି ତିନି ଜଣ ଅଜ୍ଞାତ ଦୁର୍ବୃତ୍ତ 10ରୁ 12 ରାଉଣ୍ଡ ଗୁଳି ଚଳାଇଥିଲେ। ଭୋର ସମୟରେ ହଠାତ୍

ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଥିଲା। ତଥାପିକାହାର କୌଣସି ଜୀବନ କିମ୍ବା ସମ୍ପତ୍ତି କ୍ଷତି ହୋଇନାହିଁ। ଏଲଭିଶ

ଯାଦବ ମଧ୍ୟ ସେହି ସମୟରେ ଘରେ ଉପସ୍ଥିତ ନଥିଲେ।ପୋଲିସ ମୁଖପାତ୍ର ସନ୍ଦୀପ କୁମାର କହିଛନ୍ତି ଯେ

ଘଟଣାର ସୂଚନା ପାଇବା ମାତ୍ରେ ସେକ୍ଟର-୫୬ର ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସେ କହିଛନ୍ତି ଯେ

ପୋଲିସର ଅନେକ ଦଳ ତଦନ୍ତରେ ନିୟୋଜିତ ଅଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ରଶ୍ମିତା


 rajesh pande