ନୂଆଦିଲ୍ଲୀ, 17 ଅଗଷ୍ଟ (ହି.ସ.) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୧୭ ଅଗଷ୍ଟ ୨୦୨୫ ଦ୍ୱିପ୍ରହର ପ୍ରାୟସାଢ଼େ ୧୨ଟା ରେ ଦିଲ୍ଲୀର ରୋହିଣୀରେ ପ୍ରାୟ ୧୧ହଜାର କୋଟିଟଙ୍କାର ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପକୁ ଉଦଘାଟନ କରିବେ । ଏହିଅବସରରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ସମାବେଶକୁ ସମ୍ବୋଧିତ କରିବେ ।
ପ୍ରକଳ୍ପ ଗୁଡ଼ିକ- ଦ୍ୱାରକା ଏକ୍ସପ୍ରେସ୍ ୱେର ଦିଲ୍ଲୀ ସେକ୍ସନ ଏବଂସହରାଞ୍ଚଳ ସମ୍ପ୍ରସାରଣ ସଡ଼କ-୨ (ୟୁଇଆର-୨)- ରାଜଧାନୀରଟ୍ରାଫିକ ଭିଡ଼ ହ୍ରାସ କରିବାକୁ ସରକାରଙ୍କ ବ୍ୟାପକ ଯୋଜନା ଭାବେଏହାର ବିକାଶ କରାଯାଇଛି । ଏହାର ଉଦେ୍ଦଶ୍ୟ ଯୋଗାଯୋଗବ୍ୟବସ୍ଥାରେ ବ୍ୟାପକ ସୁଧାର, ଯାତ୍ରା ସମୟ ହ୍ରାସ ଏବଂ ଦିଲ୍ଲୀ ତଥାଏହାର ଆଖପାଖ ଅଞ୍ଚଳରେ ଯାତାୟାତ ସମୟ ହ୍ରାସ କରିବା । ଏପଦକ୍ଷେପ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶ୍ୱସ୍ତରୀୟ ମୌଳିକ ଭିତ୍ତିଭୂମିରବିକାଶକୁ ଦର୍ଶାଉଛି ଏବଂ ଯାହାକି ଜୀବନଶୈଳୀକୁ ସହଜ କରୁଛିଏବଂ ଅବାଧ ଯାତୟାତକୁ ସୁନିଶ୍ଚିତ କରୁଛି ।
ଦ୍ୱାରକା ଏକ୍ସପ୍ରେସ୍ ୱେର ୧୦.୧ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦିଲ୍ଲୀସେକ୍ସନର ବିକାଶ ପ୍ରାୟ ୫,୩୬୦ କୋଟି ଟଙ୍କାରେ କରାଯାଇଛି । ଏହିସେକ୍ସନ ଯଶୋଭୂମି, ଡିଏମଆରସି ବ୍ଲୁ ଲାଇନ ଏବଂ ଅରେଞ୍ଜଲାଇନକୁ ବହୁମୁଖୀ ଯୋଗାଯୋଗ ସୁବିଧା ଦେବ । ଆଗାମୀ ଦିନରେହେବାକୁ ଥିବା ବିଜୱାସନ ରେଳ ଷ୍ଟେସନ ଏବଂ ଦ୍ୱାରକା କ୍ଲଷ୍ଟର ବସ୍ଡିପୋକୁ ମଧ୍ୟ ଯୋଗାଯୋଗ ସୁବିଧା ହୋଇପାରିବ ।
ଏହି ସେକ୍ସନରେ ରହିଛି:
ପ୍ୟାକେଜ ୧. ଶିବ ମୂର୍ତ୍ତି ଇଣ୍ଟରସେକ୍ସନରୁ ଦ୍ୱାରକା ସେକ୍ଟର-୨୧ରରୋଡ ଅଣ୍ଡର ବ୍ରିଜ୍ (ଆରୟୁବି) ପର୍ଯ୍ୟନ୍ତ ୫.୯ କିଲୋମିଟର
ପ୍ୟାକେଜ -୨. ଦ୍ୱାରକା ସେକ୍ଟର ୨୧ ଆରୟୁବି ରୁ ଦିଲ୍ଲୀ-ହରିଆନାସୀମା ପର୍ଯ୍ୟନ୍ତ ୪.୨ କି.ମି, ଯାହାକି ସହରାଞ୍ଚଳ ସମ୍ପ୍ରସାରଣସଡ଼କ-୨କୁ ସିଧାସଳଖ ସଂଯୋଗ ହେବ
୧୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଦ୍ୱାରକା ଏକ୍ସପ୍ରେସ୍ ୱେର ହରିଆନାସେକ୍ସନ ୨୦୨୪ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତହୋଇଥିଲା
ପ୍ରଧାନମନ୍ତ୍ରୀ ପ୍ରାୟ ୫୫୮୦ କୋଟି ଟଙ୍କାରେ ନିର୍ମିତ ବାହଦୂରଗଡ଼ ଓସୋନିପତ ପାଇଁ ନୂତନ ସଂଯୋଗ ମାର୍ଗ ଏବଂ ସହରାଞ୍ଚଳ ସମ୍ପ୍ରସାରଣସଡ଼କ-୨ (ୟୁଇଆର-୨)ର ଅଲିପୁରରୁ ଡିଚାଉଁ କଳା ସେକ୍ସନକୁ ମଧ୍ୟଉଦଘାଟନ କରିବେ । ଏହା ଆଭ୍ୟନ୍ତରୀଣ ଦିଲ୍ଲୀ ତଥା ବାହ୍ୟରିଙ୍ଗରୋଡ ତଥା ମୁକରବା ଚୌକ, ଧୌଲା କୂଆଁ ଏବଂ ଏନଏଚ-୦୯ଭଳି ବ୍ୟସ୍ତବହୁଳ ସ୍ଥାନକୁ ଯାତାୟାତ ସୁଗମ କରିବ । ନୂତନସଡ଼କରେ ବାହାଦୂରଗଡ଼ ଏବଂ ସୋନିପତ ପର୍ଯ୍ୟନ୍ତ ସିଧାସଳଖ ପହଞ୍ଚିହେବ । ଔଦ୍ୟୋଗିକ ସମ୍ପର୍କରେ ସୁଧାର ହେବ ଏବଂ ସହରାଞ୍ଚଳଯାତାୟାତ ହ୍ରାସ ପାଇବ । ଏଥିସହ ଏନସିଆରରେ ମାଲ ପରିବହନତ୍ୱରାନ୍ୱିତ ହୋଇପାରିବ ।
---------------
ହିନ୍ଦୁସ୍ଥାନ ସମାଚାର / ସମନ୍ୱୟ