ଗୁରୁଗ୍ରାମ, 17 ଅଗଷ୍ଟ (ହି.ସ.)ଓମ୍ ଶାନ୍ତି ରିଟ୍ରିଟ
ସେଂଟରରେ ବିଶାଳ ରକ୍ତଦାନ ଅଭିଯାନ 2025ର ଶୁଭାରମ୍ଭ କଲେ ଜେପି ନଡ୍ଡା
- କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ
ଜେ.ପି. ନଡ୍ଡା କହିଛନ୍ତି ଯେ,
ରକ୍ତଦାନ କେବଳ ଜଣେ ମାନବର ପ୍ରାଣ ବଞ୍ଚାଇବାର କାମ
ନୁହେଁ, ବରଂ ଏହା ଏକ ପ୍ରକାରର ଦେଶ
ସେବା ମଧ୍ୟ ଅଟେ। ସେ କହିଛନ୍ତି ଯେ, ରକ୍ତଦାନକୁ କେବଳ ଏକ ଦାନ ବୋଲି ନ ଦେଖିବା ଉଚିତ, ବରଂ ଏହା ମାନବତା ପାଇଁ ସମର୍ପିତ ଏକ ନୂଆ ଜୀବନ ଦାନ ବୋଲି ବିବେଚନା କରିବା ଦରକାର।
ଏହା ଶ୍ରୀ ନଡ୍ଡା ରବିବାର
ଦିନ ହରିୟାଣାର ଗୁରୁଗ୍ରାମର ବହୋଡ଼ା କଲା ଅଞ୍ଚଳରେ ସ୍ଥିତ ବ୍ରହ୍ମକୁମାରୀ ଓମ ଶାନ୍ତି
ରିଟ୍ରିଟ୍ ସେଣ୍ଟରରେ ଆୟୋଜିତ ବିଶାଳ ରକ୍ତଦାନ ଅଭିଯାନ 2025ର ଉଦ୍ଘାଟନ କାର୍ଯ୍ୟକ୍ରମ ଅବସରରେ
କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ,
ଏହି ଅଭିଯାନ ସମାଜ ସେବା ବିଭାଗ ଓ ବ୍ରହ୍ମକୁମାରୀ
ଦିଲ୍ଲୀ ଜୋନର ତତ୍ତ୍ୱାବଧାନରେ ଆୟୋଜିତ
ହୋଇଛି, ଓ ଏଥିରେ ଭାରତୀୟ ରେଡ୍
କ୍ରସ୍ ସୋସାଇଟି ଓ ଭାରତୀୟ ରକ୍ତ ଆଦାନ ଏବଂ ପ୍ରତିରକ୍ଷା ରକ୍ତ ବିଜ୍ଞାନ ସୋସାଇଟିର ସହଯୋଗ
ମଧ୍ୟ ଅଛି।
ଏହି ଅଭିଯାନର ଅନ୍ତର୍ଗତ ୨୨
ରୁ ୨୫ ଅଗଷ୍ଟ ପର୍ଯ୍ୟନ୍ତ ଦେଶର ବିଭିନ୍ନ ଅଞ୍ଚଳ ଓ ଶିକ୍ଷାନୁଷ୍ଠାନଗୁଡିକରେ ରକ୍ତଦାନ ଶିବିର
ଆୟୋଜିତ ହେବ, ଏଥିରେ ଏକ ଲକ୍ଷରୁ
ଅଧିକ ବ୍ଲଡ୍ ଡୋନେସନ ୟୁନିଟ୍ ସଂଗ୍ରହ କରିବା ଲକ୍ଷ୍ୟ ରଖାଯାଇଛି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା