ନୂଆଦିଲ୍ଲୀ, 17 ଅଗଷ୍ଟ (ହି.ସ.)- ନାସାର ଆକ୍ସିଓମ୍-୪
ମହାକାଶ ମିଶନ୍ର ପାଇଲଟ୍ ଏବଂ ଭାରତୀୟ ବାୟୁସେନାର ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଲା
ଆମେରିକାରୁ ରବିବାର ସକାଳେ ଭାରତକୁ ଫେରିବା ବେଳେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ତାଙ୍କ
ସହିତ ଗଗନଯାନ ମିଶନ୍ର ବ୍ୟାକଅପ୍ ମହାକାଶ ଯାତ୍ରୀ ପ୍ରଶାନ୍ତ ବାଳକୃଷ୍ଣନ ନାୟର ମଧ୍ୟ
ଫେରିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ରାଜ୍ୟମନ୍ତ୍ରୀ ଡ଼ଃ
ଜିତେନ୍ଦ୍ର ସିଂହ, ଦିଲ୍ଲୀର
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଶୁଭାଂଶୁ ଓ ନାୟରଙ୍କ ସ୍ୱାଗତ
କରିଥିଲେ।
ଶୁଭାଂଶୁ ଶୁକ୍ଲାଙ୍କ ସ୍ୱଦେଶ
ଫେରିବାକୁ ନେଇ କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତି ରାଜ୍ୟମନ୍ତ୍ରୀ ଡ଼ଃ ଜିତେନ୍ଦ୍ର ସିଂହ
ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଲେଖିଛନ୍ତି – ଭାରତର ମହାକାଶ
ଗୌରବ ଏବେ ଭାରତୀୟ ମାଟିକୁ ଛୁଇଁଛି, କାରଣ ଭାରତ ମାତାଙ୍କର
ଗର୍ବିତ ସନ୍ତାନ, ଗଗନଯାତ୍ରୀ ଶୁଭାଂଶୁ ଶୁକ୍ଲା ଆଜି ସକାଳେ ଦିଲ୍ଲୀରେ
ପହଁଚିଛନ୍ତି।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା