ବ୍ରାଉନସୁଗାର ଜବତ, ଜଣେ ଗିରଫ : ଜେଲରୁ ବାହାରି କରୁଥିଲା କାରବାର
ବାରିପଦା, ୩୧ ଅଗଷ୍ଟ (ହି.ସ.) - ବାରିପଦା ସହରରେ ଅବୈଧ ନିଶା କାରବାର ରୋକିବାରେ ଅବକାରୀ ବିଭାଗକୁ ସଫଳତା ମିଳିଛି। ତୁଳସୀଚୌରା ଅଂଚଳରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଜଣକ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ସ୍ଥିତ ଭିଆରପି କଲୋନୀ ଅଂଚଳ
Brawn sugar byapari giraf


ବାରିପଦା, ୩୧ ଅଗଷ୍ଟ (ହି.ସ.) - ବାରିପଦା ସହରରେ ଅବୈଧ ନିଶା କାରବାର ରୋକିବାରେ ଅବକାରୀ ବିଭାଗକୁ ସଫଳତା ମିଳିଛି। ତୁଳସୀଚୌରା ଅଂଚଳରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିବା ସହ ଜଣକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗିରଫ ଜଣକ ହେଲେ ଭଞ୍ଜପୁର ଥାନା ଅନ୍ତର୍ଗତ ତକତପୁର ସ୍ଥିତ ଭିଆରପି କଲୋନୀ ଅଂଚଳର ଶମ୍ଭୁ ମୁଖୀ(୩୫)। ତା ପାଖରୁ ୬୧ ଗ୍ରାମ ଗ୍ରାମ ବ୍ରାଉନସୁଗାର ଜବତ ହୋଇଛି। ଯାହାର ଆନୁମାନିକ ମୂଲ୍ୟ ୬,୦୦,୦୦୦ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାଯାଇଛି। ସୂଚନା ଅନୁଯାୟୀ, ବାରିପଦା ସହରରେ ବ୍ରାଉନ ସୁଗାର ଭଳି ମାରାତ୍ମକ ଧଳା ଜହର ନିଶା କାରବାର ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି। ଯାହାର କବଳରେ ଯୁବ ସମାଜ କବଳିତ ହୋଇ ଅନେକ ଅପରାଧିକ ମାମଲାରେ ଜଡିତ ରହିଥିବାର ନଜିର ରହିଛି। ବାରିପଦା ସହରର ତୁଳସୀଚୌରା ଓ ଶୁନଗଡ଼ିଆ ଅଂଚଳ ଏହାର ପେଣ୍ଠସ୍ଥଳ ସାଜିଛି। ଉକ୍ତ ସ୍ଥାନରେ ବ୍ରାଉନସୁଗାର କାରବାର ହେଉଥିବା ବେଳେ ବାରମ୍ବାର ଅଭିଯୁକ୍ତ ମାନେ ଗିରଫ ହେଉଛନ୍ତି। ଜାମିନରେ ଜେଲରୁ ବାହାରି ପୁଣି କାରବାର ଜାରି ରଖିଛନ୍ତି। ଯାହାକୁ ରୋକିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଥିଲା। ବାଲେଶ୍ୱରରୁ ବାରିପଦା ସହରକୁ ବ୍ରାଉନସୁଗାର ଅଣା ଯାଇ କାରବାର କରୁଛନ୍ତି। ଏନେଇ ବିଶ୍ୱସ୍ଥସୂତ୍ରରୁ ଖବର ଅବକାରୀ ବିଭାଗ ଦାରୋଗାଡାହି ନୂଆ ବସ ଷ୍ଟାଣ୍ଡ ଅଂଚଳରେ ଚଢ଼ାଉ କରି ବ୍ରାଉନସୁଗାର ଜବତ କରିଛନ୍ତି।

ତାଙ୍କ ପାଖରୁ ଏକ ବାଇକ ମଧ୍ୟ ଜବତ କରାଯାଇଛି। ସେ ନିୟମିତ ଭାବେ ବ୍ରାଉନସୁଗାର କାରବାର କରୁଥିବାର ଜଣାପଡିଛି। ତେବେ ଧଳା ଜହର ବେପାର କିଙ୍ଗପିନକୁ ଗିରଫ କରି ବେପାରର ମୂଳପୋଛ କରାଯିବାର ଆବଶ୍ୟକତା ରହିଛି ବୋଲି ସାଧାରଣରେ ଦାବି ହୋଇଛି। ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିବା ବେଳେ ଘଟଣାରେ ଅନ୍ୟାନ୍ୟ କେଉଁ ମାନେ ସଂପୃକ୍ତ ରହିଛନ୍ତି, ସେନେଇ ତଦନ୍ତ ଜାରି ରହିଛି।

ହିନ୍ଦୁସ୍ଥାନ ସମାଚାର / ଦିଲ୍ଲୀପ


 rajesh pande