ଭୁବନେଶ୍ୱର, 5 ସେପ୍ଟେମ୍ବର (ହି.ସ.)- ଗୁରୁ ଦିବସରେ
ସମସ୍ତ ଶିକ୍ଷକମାନଙ୍କୁ ନମନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏନେଇ
ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ
ଧର୍ମେନ୍ଦ୍ର ପ୍ରଧାନ । ଏନେଇ ସୋସିଆଲ ମିଡିଆ ଏକ୍ସରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଦେଶର
ପୂର୍ବତନ ରାଷ୍ଟ୍ରପତି ଓ ବିଖ୍ୟାତ ଶିକ୍ଷାବିଦ୍ ‘ଭାରତ ରତ୍ନ’ ଡ଼ଃ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ତାଙ୍କୁ
ଶ୍ରଦ୍ଧାପୂର୍ବକ ନମନ କରୁଛି। ଏହାସହିତସମାଜକୁ ଦିଗ ଦେଇଥିବା, ଜୀବନକୁ ମୂଲ୍ୟ ଦେଇଥିବା ଓ ଅଜ୍ଞାନକୁ ଦୂର କରି ଜ୍ଞାନର ଦୀପ ପ୍ରଜ୍ୱଳିତ
କରୁଥିବା ସମସ୍ତ ଗୁରୁଜନଙ୍କୁ ‘ଶିକ୍ଷକ ଦିବସ’ର ହାର୍ଦ୍ଧିକ ଶୁଭେଚ୍ଛା ଜଣାଉଛି।
କେନ୍ଦ୍ରମନ୍ତ୍ରୀ
କହିଛନ୍ତି ଯେ, ଶିକ୍ଷକମାନେ କେବଳ ପାଠ ପଢ଼େଇବାରେ ସୀମିତ ନ ରହି, ଆମକୁ ଚିନ୍ତନ ଶୈଳୀ, ଜୀବନ ଜୀବନ୍ତ କରିବାର କଳା ଓ ଦେଶପ୍ରତି ଦାୟିତ୍ୱବୋଧ ଶିଖାନ୍ତି।
ଆସନ୍ତୁ,
‘ଶିକ୍ଷକ ଦିବସ’ ଅବସରରେ ଆମେ ଆମର ଶିକ୍ଷକମାନେ ପ୍ରତି କୃତଜ୍ଞତା ବ୍ୟକ୍ତ କରିବା
ସହିତ ତାଙ୍କର ଆଦର୍ଶକୁ ଜୀବନରେ ଅନୁସରଣ କରିବା ପ୍ରତିଜ୍ଞା କରିବା।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା