ବଲାଙ୍ଗିର, ୩୧ ଅଗଷ୍ଟ (ହି.ସ.)- ଏଥର ମୁସଲମାନ ଭାଇ ଭଉଣୀ ମାନେ ଧୁମ ଧାମରେ ଧର୍ମଗୁରୁ ମହମ୍ମଦଙ୍କ ଜନ୍ମ ଦିବସ ପାଳନ କରିବେ। ଏଥିପାଇଁ ଆଜି ଠୁଁ ବଲାଙ୍ଗିରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିରେ ଆଜି ସହରରେ ମୁସଲମାନ ସଙ୍ଗଠନ ଖିଦ୍ ମତେ ରସୁଲ ତରଫରୁ ଏକ କୁଇଜ ପ୍ରତିଯୋଗିତାର ଆୟୋଜନ ହୋଇଯାଇଛି। ଯେଉଁଥିରେ ତିନି ବର୍ଷରୁ ବୟସ୍କ ପର୍ଯ୍ୟନ୍ତ ବିଭିନ୍ନ ବର୍ଗକୁ ନେଇ ଏହି ପ୍ରତିଯୋଗିତା ଆୟୋଜନ ସ୍ଥାନୀୟ ପତିତ ପାବନ ଏକାଡେମୀ ସ୍କୁଲ ପରିସରରେ ସମାପନ ହୋଇଛି। ଯେଉଁଥିରେ ସହରର ୧୦୪ ରୁ ଅଧିକ ପ୍ରତିଯୋଗୀ ବିଭିନ୍ନ ବିଭିନ୍ନ ବର୍ଗର ଭାଗ ନେଇଥିଲେ। ତେବେ ଇସଲାମ ପ୍ରକୃତ ଜ୍ଞାନ ସାଙ୍ଗକୁ ସାଧାରଣ ଜ୍ଞାନ ଉପରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଜଜ୍ ଭାବରେ ମୁଫତି ଜନାବ ମହମ୍ମଦ ସାହିଦ ରାଜା, ଜନାବ କାଜି ମୁଫତି ମହମ୍ମଦ ନିୟୋଜିତ ଥିଲେ। ସେହିପରି ଖିଦ ମତେ ରସୁଲ ସଂଗଠନର ସଭାପତି ଶୟଦ୍ ଜମିଲ ହୁସେନ, ଉଉପସଭାପତି ବୁସ୍ତାକ ମହମ୍ମଦ, କୋଷାଧ୍ୟକ୍ଷ ଯୁନୈଦ୍ ଖାନ ସହ ସଂଗଠନର ସଦସ୍ୟ ତଥା ଆୟୋଜକ ମଣ୍ଡଳୀର ଶେଖ ଫିରାସତ୍ ଅଲ୍ଲୀ, ଅନ୍ଵର ଖାନ, ମହମ୍ମଦ ଇକବାଳ, ଇମାମ ନଫିସ ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ। ତେବେ କୃତି ପ୍ରତିଯୋଗୀଙ୍କୁ ଧର୍ମଗୁରୁ ମହମ୍ମଦଙ୍କ ଜୟନ୍ତୀ ଦିନ ପୁରସ୍କାର ବିତରଣ କରାଯିବ ବୋଲି ସଂଗଠନ ସୂଚନା ଦେଇଛି।
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ