ବନବିଭାଗ ଅସ୍ଥାୟୀ ବନ ପ୍ରାଣୀ ସ୍କାର୍ଡ ଦାବି ନେଇ ଜୟପୁର ଡିଭିଜନର ୧୨୦ କର୍ମଚାରୀ ଭୁବନେଶ୍ୱର ଗସ୍ତ
ଜୟପୁର, ୩୧ ଅଗଷ୍ଟ (ହି.ସ.) - ରାଜ୍ୟ ବନବିଭାଗ ରେ ଦୀର୍ଘ ବର୍ଷ ଧରି ଶହ ଶହ ଅସ୍ଥାୟୀ କର୍ମଚାରୀ ନିଜ ଜୀବନକୁ ବାଜି ଲଗେଇ ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ତଥା ବୃକ୍ଷ ରୋପଣ କାର୍ଯ୍ୟ କରି ଆସୁଛନ୍ତି କିନ୍ତୁ ସେମାନଙ୍କୁ ୮ଘଂଟା ବଦଳରେ ୧୨ ଘଂଟା ଦରକାର ପଡିଲେ ୧୫ ଘଂଟା କାର୍ଯ୍ୟ କରିବାକୁ ପଡୁଛି
ବନବିଭାଗ ଅସ୍ଥାୟୀ ବନ ପ୍ରାଣୀ ସ୍କାର୍ଡ ଦାବି ନେଇ ଜୟପୁର ଡିଭିଜନର ୧୨୦ କର୍ମଚାରୀ ଭୁବନେଶ୍ବର ଗସ୍ତ


ଜୟପୁର, ୩୧ ଅଗଷ୍ଟ (ହି.ସ.) - ରାଜ୍ୟ ବନବିଭାଗ ରେ ଦୀର୍ଘ ବର୍ଷ ଧରି ଶହ ଶହ ଅସ୍ଥାୟୀ କର୍ମଚାରୀ ନିଜ ଜୀବନକୁ ବାଜି ଲଗେଇ ବନ୍ୟଜନ୍ତୁ ସୁରକ୍ଷା ଓ ଜଙ୍ଗଲ ସୁରକ୍ଷା ତଥା ବୃକ୍ଷ ରୋପଣ କାର୍ଯ୍ୟ କରି ଆସୁଛନ୍ତି କିନ୍ତୁ ସେମାନଙ୍କୁ ୮ଘଂଟା ବଦଳରେ ୧୨ ଘଂଟା ଦରକାର ପଡିଲେ ୧୫ ଘଂଟା କାର୍ଯ୍ୟ କରିବାକୁ ପଡୁଛି ଆସନ୍ତା ୧୫ ଦିନ ଭିତରେ ୭ଦଫା ଦାବି ପୁରଣ ନକଲେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେବା ନିମନ୍ତେ ଜୟପୁର ଡିଭିଜନର ୬ଟି ରେଞ୍ଜର ୧୨୦ ଜଣ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ଜୟପୁର, ବୈପାରିଗୁଡା, କୁନ୍ଦୁରା, ବୋରିଗୁମ୍ମା, ରାମଗିରି, କୋଟପାଡ ର କର୍ମଚାରୀ ମାନେ ଏକତ୍ରିତ ହୋଇ ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି। ସେମାନଙ୍କ ଦାବି ଗୁଡିକ ମଧ୍ୟରେ ଦୀର୍ଘ ସେବା ଓ ଅସିମ ଅଭିଗ୍ୟତାକୁ ବିଚାର କରି କର୍ମଚାରୀଙ୍କୁ ସ୍ଥାୟୀ କରିବା, ସର୍ଭିତ ପ୍ରୋଭାଇଡର ଦ୍ୱାରା ନିଯୁକ୍ତ କର୍ମଚାରୀଙ୍କୁ ଦୈନୋଇକ ମଜୁରିଆ ଭାବେ ବେତନ ବଦଳରେ ୩୦ ଦୋନର ଦରମା ସହ ଆଉଟସୋର୍ସିଂ କର୍ମଚାରୀମାନେ ପାଉଥିବା ବର୍ଦ୍ଦିତ ଦରମା ପ୍ରୋତ୍ସାହନ ଭତା, ବାର୍ଷିକ ଛୁଟି ପ୍ରଦାନ କରିବା, ବନ୍ୟପ୍ରାଣୀଙ୍କ ଆକ୍ରମଣରେ ମୃତ ବା କର୍ତବ୍ୟ ସପ୍ସପାଦନ କାଳରେ ରୋଗାଗ୍ରସ୍ତ ହୋଇ ମୃତ୍ୟୁ ବରଣ କରିଥିବା କର୍ମଚାରୀଙ୍କୁ ସର୍ବନିମ୍ନ ୨୫ ଲକ୍ଷ ଟଙ୍କା ଆର୍ôଥକ ସହାୟତା ପ୍ରଦାନ କରିବା ଓ ପଙ୍ଗୁ କର୍ମଚାରୀଙ୍କୁ ୧୫ ଲକ୍ଷ ଟଙ୍କା ପ୍ରଦାନ କରିବା, ବିନ ଅପରାଧରେ ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ପ୍ରଦାନ କରିବା, ମନମୁଖି ଛଟେଇ ବନ୍ଦ ସହ ଚାକିରି ନିରାପତା ଯୋଗାଇଦେବା, ବନ ବିଭାଗର ସମସ୍ତ ଅସ୍ଥାୟୀ କର୍ମଚାରୀଙ୍କୁ ସ୍କାର୍ଡ, ବଚର, ପାରା ଫରେଷ୍ଟ ଇତ୍ୟାଦି ବିଭିନ୍ନ ସଂଗ୍ୟା ବଦଳରେ ଗୋଟିଏ ସାର୍ବଜନୀନ ସଂଗ୍ୟା ପ୍ରଦାନ କରିବା, ମାସିକ ପ୍ରାପ୍ୟ ଠିକ ସମୟରେ ପ୍ରଦାନ କରିବା, ୬ ମାସ ଧରି ଦରମା ପାଇନଥିବା ବନ୍ୟପ୍ରାଣୀ ସ୍କାର୍ଡ ମାନଙ୍କୁ ତୁରନ୍ତ ଦରମା ପ୍ରଦାନ କରିବା, ସମସ୍ତ ଆସ୍ଥାୟୀ କର୍ମଚାରୀଙ୍କୁ ବିଭାଗ ନିମନ୍ତେ ଉଦ୍ଧିଷ୍ଟ ଖାକି ୟୁନିଫର୍ମ ବର୍ଷକୁ ଦୁଇହଳ ସୁରକ୍ଷା ଉପକରଣ, ଟର୍ଚ୍ଚ ଓ ବିଭାଗୀୟ ପରିଚୟ ପତ୍ର ପ୍ରଦାନ କରିବା ଆଦି ଦାବି ଉପସ୍ଥାପନ କରିଛନ୍ତି। ଆସନ୍ତା ୧୫ ଦିନ ମଧ୍ୟରେ ଏହାର ସମାଧାନ ନହେଲେ ଆସନ୍ତା କାଲି ଠାରୁ ଅରଣ୍ୟ ଭବନ ସମ୍ମୁଖରେ ଶାନ୍ତି ପୂର୍ଣ୍ଣ ଧାରଣା ଦେବା ପାଇଁ ନିଷ୍ପତି ନିଆଯାଇଛି।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande