ସମ୍ବଲପୁର, ୩୧ ଅଗଷ୍ଟ (ହି.ସ.) - କୁଲତା ସମାଜ ଆନୁକୂଲ୍ୟରେ ଦାନିପାଲି ସ୍ଥିତ ରଣେଶ୍ୱର ରାମଚଣ୍ଡୀ ସେବା ସଦନ ଠାରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୁଲତା ସମାଜର ସଭାପତି କୃପାସିନ୍ଧୁ ଖମାରୀଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସମାଜର ଦୁଇଜଣ ବରିଷ୍ଠ ସଦସ୍ୟ ରାମଚନ୍ଦ୍ର ଭୋଇ ଏବଂ ଭୀମସେନ ବାରିକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ କୁଲତା ସମାଜ ପକ୍ଷରୁ ସମ୍ବଲପୁରରେ କରାଯାଉଥିବା ବିଭିନ୍ନ ବିକାଶ କାର୍ଯ୍ୟ ବିଷୟରେ ଆଳୋଚନା କରାଯାଇଥିଲା । ନୁଆଁଖାଇ କୁଲତା ସମାଜର ପ୍ରମୁଖ ପରମ୍ପରା ହୋଇଥିବା ସଭାପତି ଶ୍ରୀ ଖମାରୀ କହିଥିଲେ । ଶ୍ରୀଶ୍ରୀ ରଣେଶ୍ୱର ରାମଚଣ୍ଡୀ ମନ୍ଦିରର ପୂଜକ ଦେବୀ ପ୍ରସାଦ ଭୋଇ ପ୍ରାରମ୍ଭରେ ରଣେଶ୍ୱର ରାମଚଣ୍ଡୀଙ୍କ ପୂଜାର୍ଚ୍ଚନା କରିଥିଲେ । ଏହାସହ ମନ୍ଦିର ଏବଂ ଘରେ ରରେଶ୍ୱର ରାମଚଣ୍ଡୀଙ୍କ ପୂଜାବିଧୀ ବିଷୟରେ ଅବଗତ କରାଇଥିଲେ । ଏହି ଅବସରରେ କୁଲତା ସମାଜର ଉପସଭାପତି ଦେବତମ ପ୍ରଧାନ, ସମ୍ପାଦକ ରଞ୍ଜନ ପାତ୍ର, ପୂର୍ବତନ ସଭାନେତ୍ରୀ ଯଶୋବନ୍ତୀ ନାୟକ ପ୍ରମୁଖ ମଂଚାସୀନ ରହିଥିଲେ । କୃଷୀ ହିଁ କୁଲତା ସମାଜର ପରିଚୟ ହୋଇ ରହିଆସିଥିବା ବେଳେ ଆଗକୁ ବ୍ୟବସାୟ କ୍ଷେତ୍ରରେ ମଧ୍ୟ ସମାଜକୁ ସୁଦୃଢ କରାଯିବା ନେଇ ମତ ପ୍ରକାଶ ପାଇଥିଲା । କାର୍ଯ୍ୟକ୍ରମରେ ସହଯୋଗ କରିଥିବା ସମାଜର ବ୍ୟକ୍ତିବିଶେଷକୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶିକ୍ଷାବିଦ ପ୍ରଦୀପ କୁମାର ସାହୁ, ଭବାନୀଶ ଭୋଇ, ପ୍ରିୟଙ୍କା ପ୍ରୀୟଦର୍ଶିନୀ ପ୍ରଧାନ, ଆଳୋକ ସାହୁ, ପରିଚାଳନା କରିଥିଲେ । ରଣେଶଶ୍ୱର ରାମଚଣ୍ଡୀ ଚେମ୍ବର ଅଫ କମର୍ସ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲା । କାର୍ଯ୍ୟକ୍ରମରେ ଅକ୍ଷୟ ପ୍ରଧାନ, ପ୍ରେମାନନ୍ଦ ସାହୁ, ଟିକେଶ୍ୱର ପ୍ରଧାନ, ଚିନ୍ମୟ ଭୋଇ, ଖୀରୋଦ ପ୍ରଧାନ, ସୁଦାମ ପ୍ରଧାନ, ନିର୍ମଲ ପ୍ରଧାନ, ସରୋଜ ପ୍ରଧାନ, ଦେବଦତ ସାହୁ, ହାରାଧନ ପ୍ରଧାନ, ଭକ୍ତବନ୍ଧୁ ପ୍ରଧାନ, ଆନନ୍ଦ ପ୍ରଧାନ, ଅଭିରାମ ଖମାରୀ, ସୁକାନ୍ତୀ ଗଡତିଆ, ସୁପ୍ରଭା ପ୍ରଧାନ, ଉର୍ମିଲା ବାରିକ, ବାସୁଦେବ ଭୋଇ, ସମାରୁ ବାରିକ, ଟଙ୍କଧର ବାରିକ, ଛେଲିଆ ପ୍ରଧାନ, ଜଟା ଭୂଷଣ ସାହୁ, ହୃଷିକେଶ ବଢାଇ, ମୁରଲୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ହିନ୍ଦୁସ୍ଥାନ ସମାଚାର / ଶୈଳେଶ